ଘଟଗାଁ, ୦୪/୦୪/୨୦୨୬ (ଓଡିଶା ସମାଚାର )- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଘଟଗାଁ ଶିକ୍ଷା ମଣ୍ଡଳ ତରଫରୁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପର୍ବ ର ଶୁଭ ଉଦ୍ଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣିଷ ଜୀବନରେ ଶିକ୍ଷା ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ମୁକୁନ୍ଦପୁର ପାଟଣା ପଂଚାୟତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ, ବି ଇ ଓ ହରେକୃଷ୍ଣ ନାୟକ,ଏ ବି ଇ ଓ ସଞ୍ଜୟ ପଲେଇ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମଲୋଚନ ସିଂ, ସମାଜସେବୀ ମକରଧ୍ବଜ ବେହେରା ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୋହିତ କୁମାର ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉତ୍ସବ ରେ ସି ଆର ସି ସି କମଳାକାନ୍ତ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଘଟଗାଁ କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ ରୁ ଆଠ ଜଣ ଶିଶୁଙ୍କର ଖଡ଼ି ଛୁଆଁ ପର୍ବ ପାରମ୍ପରିକ ଢ଼ଙ୍ଗ ରେ କରାଯିବା ପରେ ସେମାନଙ୍କୁ ସ୍କୁଲ ବ୍ୟାଗ୍ ସହ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଅବସରରେ ଘଟଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ପରେ ପରେ ସି ଆର ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ମାନନୀୟ ଅତିଥି ମାନଙ୍କ ଦ୍ଵାରା ଶିକ୍ଷା ରଥର ଶୁଭାରମ୍ଭ ହୋଇଥିଲା । ଉକ୍ତ ରଥ ଘଟଗାଁ ବ୍ଲକ ଅନ୍ତର୍ଗତ ତେରୋଟି କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟରେ ପହଞ୍ଚି ଶିକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୋଡ଼ି ହେବ ବୋଲି ବି ଇ ଓ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ଅସିତ୍ କୁମାର ବେହେରା , ମାଗୁଣି ଚରଣ ମାଝି , ସଞ୍ଜୀବ ସାହୁ, ଶୁଭକାନ୍ତ ସେଠୀ, ଶିକ୍ଷୟିତ୍ରୀ ମାଳତୀ କୁମାରୀ ନାଥ ଶର୍ମା , ରଶ୍ମିତା ମହାନ୍ତ , ଭାରତୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
