କିଶନନଗର ଠାରେ ‘କ୍ଲାଇମେଟ୍ ପଞ୍ଚାୟତ’ ର ପରିବେଶ ସଚେତନତା ବୈଠକ

କଟକ ସଦର, ୧୭/୮/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଵାଲିସୁକ୍ରି ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ‘ ସମ୍ଵାଦ’ ପକ୍ଷରୁ ସ୍ଥାନୀୟ ପ୍ରତିନିଧି ସୟଦ ସାଜିଦ୍ ଅଲ୍ଲୀ ଙ୍କ ଆୟୋଜନରେ, କଟକ ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦଙ୍କ ପୈ।ରୋହିତ୍ୟରେ ଏଵଂ ଅଧ୍ୟାପକ ଧରଣୀଧର ଜେନା ଙ୍କ ସଂଯୋଜନାରେ କ୍ଲାଇମେଟ୍ ପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ସମସ୍ତଙ୍କର ଭାଗୀଦାର ଅପରିହାର୍ଯ୍ୟ ବୋଲି କହିଥିଲେ। ଏଥିସହିତ ନିକଟରେ ମହାନଦୀ ତଟରେ ଥିବା ଶଗଡ଼ି ଜଙ୍ଗଲକୁ ପୁନରୁଦ୍ଧାର କରି ଇକୋ ପର୍ଯ୍ୟଟନ ସ୍ଥଳୀ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାଙ୍ଗାଳି ଚରଣ ବେହେରା,ସାଜି ମହମ୍ମଦ ଅଫସର,ଅଜୟ ପଟ୍ଟନାୟକ, ପ୍ରାଧ୍ୟାପକ ଦେବେନ୍ଦ୍ରନାଥ ବାରିକ, ବରିଷ୍ଠ ସାମ୍ବାଦିକ ଶୁକଦେବ ପରିଡ଼ା, ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଦିଲ୍ଲିପ ମହାନ୍ତି,ସ୍ୱରୁପ ରଥ, ଗୋକୁଳ ପ୍ରଧାନ,ସାଧୁ ଜେନା ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଶେଷରେ ବିରଞ୍ଚିନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *