ଗରଦପୁର,୧୭/୮/୨୦୨୪ (ଓଡ଼ିଶା ସମାଚାର)-କୋରୁଆସ୍ଥିତ କର୍ତେଶ୍ୱର ପିଠରେ ବର୍ଷିଆନ ଗାୟକ ଭୁଷଣ ଗୋପବନ୍ଧୁ ନାଥଙ୍କର ୯୦ତମ ଜନ୍ମ ଉତ୍ସବ ପାଳିତ ହୋଇ ଯାଇଛି । ଆୟୋଜିତ ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ରଂଜନ କୁମାର ଦାସ ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଲୋକନାଥ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ସଂଯୋଜନା କରିଥିଲେ । ଏଥିରେ ଗୋପବନ୍ଧୁ ନାଥ ଙ୍କ ବହୁ ଶୁଭେଛୁ ଯୋଗଦେଇ ତାଙ୍କ ଗୁଣ ଗାନ କରିଥିଲେ । ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଜୟ କୁମାର ସାମଲ, କରୁଣାକର ଦାସ, ଅଧିବକ୍ତା ଶିବ ପ୍ରସାଦ ସିଂ, ଆଦିକନ୍ଦ ରାଉଳ, କେଦାର ସାମନ୍ତରାୟ, ଭରତ ଚନ୍ଦ୍ର ଜେନା, ସିଦ୍ଧାର୍ଥ ସାମନ୍ତରାୟ, ପ୍ରଫୁଲ କୁମାର ପଣ୍ଡା, ସନ୍ତୋଷ କୁମାର ଜେନା, ଗୟାଧର ଧଳ, ପ୍ରସନ୍ନ କୁମାର ନାୟକ, କୁଂଜ ବିହାରୀ ପାଣି ପ୍ରମୁଖ ଗୋପବନ୍ଧୁ ନାଥ ଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ବିଭବ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ପାଲା ଗବେଷକ ଓ ଆଲୋଚକ ଅବସରପ୍ରାପ୍ତ ପ୍ରାଧ୍ୟାପକ ନୀରୋଦ କୁମାର ଦାସ ଶ୍ରୀ ନାଥ ଙ୍କ ପରିବେଷିତ ଗରୁଡ଼ ଜନ୍ମ , ନଳ ଦମୟନ୍ତୀ, ସେତୁବନ୍ଧ ପ୍ରତିଷ୍ଠା, ରୁକ୍ମିଣୀ ପରିଣୟ ପ୍ରମୁଖ ପାଲାର ବିଷୟ ବସ୍ତୁ ଉପରେ ଗବେଷଣା ଧର୍ମୀ ସମୀକ୍ଷା କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଗାୟକ ଭୁଷଣ ଶ୍ରୀ ନାଥ ସମସ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । କର୍ତେଶ୍ୱର ପିଠର ପରିଚାଳକ ଦେବପ୍ରସାଦ ନାୟକ ଓ ଅଧିବକ୍ତା ରମଣୀ ରଂଜନ ରାଉତରାୟ ଉତ୍ସବ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ଗାୟକ ଭୁଷଣ ଗୋପବନ୍ଧୁଙ୍କ ୯୦ତମ ଜୟନ୍ତୀ ଉତ୍ସବ
