କେନ୍ଦ୍ରାପଡା, ୧୦/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ଡେରାବିଶ ବ୍ଲକ ଅନ୍ତର୍ଗତ ହାଟବାଣପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମକର ଦାସଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ୱର୍ଗତ ମକର ଦାସ ଏବଂ ତାଙ୍କ ପତ୍ନୀ ଦୁଲଣୀ ଦାସ ଙ୍କର ପ୍ରତିମୂର୍ତିକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କେନ୍ଦ୍ରାପଡ଼ା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲି ଓ ଉପସଭାପତି ଫକୀର ମୋହନ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ ରାଜ୍ୟ ଉତରଦାୟାଦ ସଂଗଠନର ସାଧାରଣ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ସଂଗଠନ ସମ୍ପାଦକ ଶିବ ପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ତୁଷାର ଘୋଷ, ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରସାଦ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୁଳମଣି ରାଉତ, ଶରତ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଜିଲା ସମ୍ପାଦକ ପଦ୍ମନାଭ ଦାସ, ସୁପୁତ୍ର ପଂଚାନନ ଦାସ, ବାଉରୀ ବନ୍ଧୁ ଦାସ, ସତ୍ୟରଞ୍ଜନ ମଲିକ, ଜୀବନ ମହାନ୍ତି, ମିନତୀ ଦାସ, ଅମୂଲ୍ୟନନ୍ଦ ସାହୁ, ନିରଞ୍ଜନ ସାହୁ, ପ୍ରମୋଦ ପରିଜା, ଶ୍ୟାମସୁନ୍ଦର ଜେନା ପ୍ରମୁଖ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦମାନେ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।