ଜୁନାଗଡ଼, ୭/୮/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅଧାରୁ ପାଠ ପଢ଼ା ଛାଡିଦେଉଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ଓ ପୁନଃ ପାଠ ପଢିବା ପାଇଁ ତାଳୁକ ଆଇନ ସେବା ସମିତି, ଜୁନାଗଡ଼ ତରଫରୁ ଏକ ସଚେତନତା କାର୍ଯ୍ୟକମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ତାଳୁକ ଆଇନ ସେବା ସମିତି ଜୁନାଗଡ଼ ର ଅଧ୍ୟକ୍ଷ ତଥା ବିଚାରପତି ଜେ ଏମ ଏଫ ସି,ସିଭିଲ ଜଜ ଜୁନିଅର ଡିଭିଜନ ଶ୍ରୀ ଦିପେନ୍ଦ୍ର ସିଂହ ରାଠୋର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀ ନେପାଳ ଚନ୍ଦ୍ର ବାଗ (ପ୍ରଧାନ ଶିକ୍ଷକ, ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ, ତପନ କୁମାର ମାଝୀ (ବି. ଇ. ଓ ), ଅଶୋକ କୁମାର ପାତ୍ର (ବରିଷ୍ଠ ଓକିଲ ), ଅଶୋକ କୁମାର ପଣ୍ଡା (ପେନାଲ ଲୟର ), ମିଳାପ ଚାନ୍ଦ ଜୈନ (ପେନାଲ ଲୟର ), କୁଳମଣି ମାଝୀ (ଏ. ବି. ଇ. ଓ )ମଂଚାସୀନ ହୋଇ ଉପସ୍ଥିତ ଥିବା ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କୁ ପୁନଃ ପାଠ ପଢିବା ପାଇଁ ପ୍ରବର୍ତ୍ତାଇ ଥିଲେ । ମୁଖ୍ୟ ଅତିଥି ମାନ୍ୟବର ବିଚାରପତି ଶ୍ରୀ ରାଠୋର ମହୋଦୟ ସମସ୍ତ ଙ୍କ ସହଯୋଗ ହେଲେ ହିଁ ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ ହେବ ବୋଲି ପ୍ରକାଶ କରିଥିଲେ ଓ ପାଠ ପଢ଼ା ର ଉପକାରିତା ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ର ପରିଚାଳନା ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ ଓ ଏନ. ସି. ସି ଅଫିସର ସଂଜୀବ ପଣ୍ଡା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଏବିଇଓ କୁଳମଣି ମାଝୀ । ଜୁନାଗଡ଼ ଜେ. ଏମ. ଏଫ. ସି କୋର୍ଟ ର ଅଫିସ ସହାୟକ ଜଗା ମହଲା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।