ପାଟକୁରା,୦୮/୧୧/୨୦୨୫ (ଓଡିଶା ସମାଚାର )-ଗରଦପୁର ବ୍ଳକ ଅଧୀନ ବେଡାରୀ ଗ୍ରାମପଞ୍ଚାୟତ ହରିଦାସପୁର ହରାଗୌରୀ ଆଶ୍ରମର ପ୍ରଧାନ ଆଚାର୍ୟ୍ୟ ବାବା ସତ୍ୟଭାନୁ (ଟୁକୁନା ବାବା) ଙ୍କ ର ଆଜି ଶନିବାର ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଦେହାନ୍ତ ହୋଇଯାଇଛି । ତାଙ୍କୁ ୫୮ ବର୍ଷ ହୋଇଥିଲା । ହରିଦାସପୁର ହରାଗୌରୀ ଆଶ୍ରମ ପ୍ରତିଷ୍ଠା କରି ଏହାକୁ ନିଜର କର୍ମ ଭୂମି କରିଥିଲେ ।
ପ୍ରତ୍ୟେକ ଇଂରାଜୀ ନୂଆବର୍ଷରେ ଆଶ୍ରମ ପରିସରରେ ସେ ଅଷ୍ଟମ ପ୍ରହରୀ ନାମ ଯଜ୍ଞର ଆୟୋଜନ କରନ୍ତି । ଶ୍ରୀଗୁଣ୍ଡିଚାରେ ଆଶ୍ରମରୁ ରଥ ଯାତ୍ରାର ଆୟୋଜନ କରନ୍ତି । ଚୈତ୍ର ମାସ ଶୁକ୍ଲପକ୍ଷ ରାମନବମୀ ଠାରୁ ପୂର୍ଣ୍ଣିମା ପର୍ୟ୍ୟନ୍ତ ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆଶ୍ରମ ପରିସରରେ କରାନ୍ତି । ମନ୍ଦିର ପରିସରରେ ଶ୍ରୀଜଗନାଥ ଙ୍କ ମନ୍ଦିର ନିର୍ମାଣ କରାଇଛନ୍ତି । ବିଶେଷ କରି ଏସବୁ ଧର୍ମୀୟ କାର୍ୟ୍ୟପାଇଁ ସେ ସ୍ଥାନୀୟ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ ।
ତାଙ୍କ ମର ଶରୀରକୁ ରାତି ଆଠଟା ରେ ସୁସଜିତ ଗାଡ଼ିରେ ନାମ ସଙ୍କିର୍ତନ ସହ ହରିଦାସପୁର, ବିଚଣା, ନୂଆପଡା ଦେଇ ନିଜ ଜନ୍ମସ୍ଥାନ ମାଣିକପୁର ଗ୍ରାମ ପରିକ୍ରମା କରାଇବାକୁ ଶ୍ରଦ୍ଧାଳୁ ମାନେ ନେଇଛନ୍ତି । ଏହାପରେ ଆଶ୍ରମକୁ ଶବ ଶୋଭାଯାତ୍ରା ଫେରିବ ଓ ଆଶ୍ରମ ପରିସରରେ ବାବା ସତ୍ୟଭାନୁଙ୍କୁ ସମାଧିସ୍ତ କରାଇ ଶ୍ରଦ୍ଧାଳୁ ମାନେ ଶେଷ ଦର୍ଶନ କରିବେ । କୈଳାସ ବାବା ସମାଧି କାର୍ଯ୍ୟ ସମାପନ କରିବେ l। ବାବାଙ୍କ ଦେହାନ୍ତ ଖବରରେ ସ୍ଥାନୀୟ ପାଟକୁରା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
