ମୁଖ୍ୟ ଶାସନସଚିବ ଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକଅନୁଷ୍ଠିତ

ଜନକୈନ୍ଦ୍ରିକ ଶାସନ ପରିଚାଳନା  ପାଇଁ  ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ  ଗୁରୁତ୍ୱ

ଭୁବନେଶ୍ୱର,୨୪/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜନ କୈନ୍ଦ୍ରିକ ଶାସନ ପରିଚାଳନା ପାଇଁ  ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଉପରେ ମୁଖ୍ୟ ଶାସନ ଗୁରୁତ୍ୱ ଦେଇଛନ୍ତି  ।

କାର୍ଯ୍ୟକାରୀ ହେଉଥିବା ଜନ ଶୁଣାଣି ବ୍ୟବସ୍ଥାରେ ବୈଷୟିକ ଜ୍ଞାନ କୌଶଳ କିପରି ସହାୟକ ହୋଇଛି, ସେ ସଂପର୍କରେ ବୈଠକରେ ସମୀକ୍ଷା କର।ଯାଇଥିଲା ।୨୦୨୪ଜୁନମାସ ଠାରୁ ବିଭିନ୍ନ ମାଧ୍ୟମରେ ଗୃହୀତ ହୋଇଥିବା ଜନ ଅଭିଯୋଗ ମଧ୍ୟରେ ଅଦ୍ୟାବଧି  ଶୁଣାଣି ଫଇସଲା ହାର ୮୨%ହୋଇଛି। ବୈଠକରେ ଜରୁରୀ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ କରୁଥିବା ଅଭିଯୋଗ ଗୁଡିକ ପାଇଁ ଟେକ୍ନୋଲୋଜି ମାଧ୍ୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ଆଲୋଚନା କରାଯାଇଛି।ଏଥି ସହିତ ବିଭିନ୍ନ ସରକାରୀ ସେବା  ପ୍ରଦାନର ଗୁଣବତ୍ତାକୁ  ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ହିତାଧିକାରୀଙ୍କ ଠାରୁ ମତାମତ ଗ୍ରହଣ ପାଇଁ ଆଗାମୀ ଦିନରେ “ଆମ ଶାସନ” ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା।

 ଓଡ଼ିଶା ଜନ ସେବା ଅଧିକାର ଅଧିନିୟମ ଅଧିନରେ ଅନ୍ତର୍ଭୁକ୍ତ ସେବା ଗୁଡିକୁ“ଆମ ସାଥୀ”  ଏକୀକୃତ “ହ୍ୱାଟ୍ସଆପ୍ ବଟ୍ “ ରେ ସମନ୍ୱିତ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା। ଅନୁମୋଦନ କରାଯାଇଥିବା ବିଭିନ୍ନ ଭିତ୍ତି ଭୂମି ପ୍ରକଳ୍ପ ଗୁଡ଼ିକ ଧାର୍ଯ୍ୟ ସମୟସୀମା  ଅନୁସାରେ କାର୍ଯ୍ୟକାରୀ କରାଯିବା, ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଅଗ୍ରଗତି ଇତ୍ୟାଦି ଅନୁଧ୍ୟାନ ପାଇଁ ଆଗାମୀ ୩୧ଅକ୍ଟୋବର ସୁଦ୍ଧା ଓ୍ୱାର୍କ ପାସ୍ ବୁକ୍ ବ୍ୟବସ୍ଥା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏ  ସଂପର୍କରେ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା ।ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଲଗାଯାଉଥିବା ସିସିଟିଭି ବ୍ୟବସ୍ଥାକୁ ସଂଯୋଗୀକୃତ କରାଯାଇ କେନ୍ଦ୍ରୀୟ ପରିଚାଳନା ନିମନ୍ତେ ସମନ୍ୱିତ ସିସିଟିଭି ସର୍ବେକ୍ଷଣ ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଇଛି। ସାମୁହିକ ପ୍ରୟାସରେ ଓଡ଼ିଶାର ଉନ୍ନତି,  କାର୍ଯ୍ୟରେ ଅଭିନବତ୍ୱ ଆଣି ପ୍ରଶାସନିକ ରୂପାନ୍ତରଣ କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଡିଜିଟାଲ ପ୍ଲାଟଫର୍ମ “ଓଡ଼ିଶା  ଆଇଡିଆଜ୍ ପୋର୍ଟାଲ ରୋଲଆଉଟ୍” ଆରମ୍ଭ କରାଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଛି।

ଓସ୍ୱାସ ବ୍ୟବସ୍ଥାରେ ସରକାରୀ କାର୍ଯ୍ୟପ୍ରଣାଳୀକୁ ତ୍ୱରାନ୍ୱିତ କରାଯିବା, କୃତ୍ରିମ ବୁଦ୍ଧିମତ୍ତା( ଏଆଇ) ଉପଯୋଗ କରି କାର୍ଯ୍ୟ କରିବା ନିମନ୍ତେ ଏ ସଂପର୍କରେ  ମୌଳିକ ଜ୍ଞାନ ଆହରଣ ପାଇଁ ଏପ୍ରିଲ୨୦୨୫ରୁ୩ମାସ ମଧ୍ୟରେ ସମସ୍ତ ଅଧିକାରୀମାନେ  ଅନ୍ ଲାଇନ୍ ଯୋଗେ ପ୍ରଶିକ୍ଷଣ ନେବାକୁ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବାକୁ ଆଲୋଚନା କରାଯାଇଥିଲା ।  ସେହିପରି ଦକ୍ଷତା ବିକାଶ ପାଇଁ ଆଇଜି ଓଟି ପ୍ଲାଟଫର୍ମରେ ବାର୍ଷିକ ଅତି କମରେ ୨୦ ଘଣ୍ଟା ଅନଲାଇନ ତାଲିମ ନେବା ସଂପର୍କରେ ଗୁରୁତ୍ୱ ଦିଆଯାଇଛି ।ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଭିଜନ ଡକ୍ୟୁମେଣ୍ଟରେ ରହିଥିବା ଲକ୍ଷ୍ୟ ସାଧନର ଆଭିମୁଖ୍ୟ  ସଂପର୍କିତ ପ୍ରଶିକ୍ଷଣକୁ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।

ବିକଶିତ ଓଡ଼ିଶା: ଭିଜନ ୨୦୩୬-୪୭ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନଲାଇନ ତଦାରଖ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ ଶିଳ୍ପ ଅଭିବୃଦ୍ଧି ସଂପର୍କିତ ଆଲୋଚନାରେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଅନ୍ତର୍ଗତ  ଔଦ୍ୟୋଗିକ କାର୍ଯ୍ୟ ନିରୀକ୍ଷଣ ସଂକ୍ରାନ୍ତରେ ଡିଜିଟାଲ ସମାଧାନ “ଗୋ ସ୍ମାଇଲ” କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।ଏଥି ସହିତ ବୈଠକରେ ୨୦୨୫-୨୬ ବଜେଟ୍ ପ୍ରାବଧାନ ଅନୁସାରେ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟକ୍ରମ ବାବଦରେ ଅଦ୍ୟାବଧି ଖର୍ଚ୍ଚ, ରାଜ୍ୟର ସାମଗ୍ରିକ ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ଖର୍ଚ୍ଚ ବୃଦ୍ଧି ସମ୍ପର୍କରେ ନିୟମିତ ସମୀକ୍ଷା କରିବାକୁ ସଚିବମାନଙ୍କୁ ଆବଶ୍ୟକ ପରାମର୍ଶଦେଇଛନ୍ତି ।

  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ସମସ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *