ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ ପକ୍ଷରୁ ଓଡିଆ ଭାଷା ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୪/୮/୨୦୨୪ (ଓଡ଼ିଶା ସମାଚାର)- ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦର କେନ୍ଦ୍ରାପଡା ଜିଲା ସଂଯୋଜକ ସୁଦର୍ଶନ ମହାପାତ୍ରଙ୍କ ସଂଯୋଜନା ଏବଂ ଶଶଧର ପଣ୍ଡାଙ୍କ ସଭାପତିତ୍ୱରେ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ଓଡିଆ ଭାଷା ସାହିତ୍ୟ ସମ୍ପର୍କିତ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, ମୁଖ୍ୟବକ୍ତା ଭାବେ କବି ମାନସୀପ୍ରଭା ସ୍ୱାଇଁ, ଅତିଥି ଭାବେ ଦୀନବନ୍ଧୁ ସାହୁ, କେଶବ ଚନ୍ଦ୍ର ରାଉତ ଓ ଶଶୀଭୂଷଣ ଦ୍ୱାରୀ ପ୍ରମୁଖ ଯୋଗଦେଇ ଓଡିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବା ଧନେଶ୍ୱର ପ୍ରଧାନ, ଭୀମସେନ ପ୍ରଧାନ, ପତିତପାବନ ବେହେରା, ରାଜକନିକା ସରସ୍ୱତୀ ଦାମୋଦର ସାହିତ୍ୟ ସଂସଦର ସମ୍ପାଦକ ଶତ୍ରୁଘନ ତରାଇ, ସାରଥି କାନୁନଗୋ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଦୟାନନ୍ଦ ସରସ୍ୱତୀ ଓ ମଦନମୋହନ ବେହେରା ଯଜ୍ଞ ଆହୁତୀ ଦେଇଥିଲେ । ପରେ କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ । ଶତ୍ରୁଘନ ତରାଇଙ୍କ ଆହ୍ୱାନରେ ଆସିଥିବା ଶବଦର୍ଶିନୀ ପାଢୀ, ଅର୍ଚ୍ଚିତା ପ୍ରଧାନ, ସନ୍ନୋନୀ ଘଡାଇ, ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ସୁଦର୍ଶନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *