ଘରେ ଘରେ  ପହଞ୍ଚିବ ମାନବ ଅଧିକାର ।

ଭୁବନେଶ୍ୱର,୩/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନ୍ତର୍ଜାତୀୟ ମାନବ‌ ଅଧିକାର ସୁରକ୍ଷା  କାଉନସିଲ ର ରାଜ୍ୟ ଲିଡରସ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ଇନ୍ଫୋସିସ ଛକ ଠାରେ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ର ରାଜ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମାନବ‌ ଅଧିକାର ସୁରକ୍ଷା  କାଉନସିଲ ର ରାଜ୍ୟ ଲିଡରସ୍ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତେକ ଜିଲ୍ଲାର ଅନ୍ତର୍ଜାତୀୟ ମାନବ‌ ଅଧିକାର ସୁରକ୍ଷା  କାଉନସିଲ ଅନେକ କର୍ମୀ ଉପସ୍ଥିତ ଥିଲେ। ରାଜ୍ୟ ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ ଙ୍କ ସଭାପତିତ୍ୱରେ ,ଉପସ୍ଥିତ ଥିବା ବିଭନ୍ନ ବିଭାଗର ରାଜ୍ୟ ସଭାପତି ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ବେହେରା, ରାଜ୍ୟ ସଭାପତି ଡ଼ଃ. ଦୁଷ୍ମନ୍ତ ବେହେରା ଓ ରାଜ୍ୟ ସମ୍ପାଦିକା ଜ୍ୟୋସ୍ନା ସେନାପତି  ଆବାହକତ୍ବ ରେ ବିଭିନ୍ନ ଜିଲ୍ଲା ର ମାନବ ଅଧିକାର କର୍ମୀ ଙ୍କ ଉପସ୍ଥିତି ରେ ମୂଖ୍ୟ ଅତିଥି ଡଃ. ଆଲୋକ କୁମାର ବୋଷ, ଅଧ୍ୟକ୍ଷ , ଅନ୍ତର୍ଜାତୀୟ  ମାନବ ଅଧିକାର ସୁରକ୍ଷା କାଉନସିଲ ଉପସ୍ଥିତି ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ କର୍ମୀଙ୍କ ଆଲୋଚନାରେ ମୂଖ୍ୟ ପ୍ରସଂଗ ଥଲା , ଶିକ୍ଷା, ସ୍ୱାସ୍ଥ୍ୟ, ଦୁର୍ନୀତି, ଘୋରଇ ହିଂସା, ବୃଦ୍ଧ ଲୋକ ଙ୍କୁ ସୁରକ୍ଷା ଦେବା  ଉପରେ ଆଲୋକପାତ କରି ରାଜ୍ୟ ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ କହିଥିଲେ  ଆଇନଗତ ଭାବରେ ଅସହାୟ ଲୋକ ଙ୍କୁ କିପରି ଭାବରେ ଅନ୍ତର୍ଜାତୀୟ  ମାନବ ଅଧିକାର ସୁରକ୍ଷା କାଉନସିଲ ସାଙ୍ଗଠନିକ ଭାବେ କାର୍ଯ୍ୟ କିପରି କରିପାରିବ ତାହା  ଉପରେ ଆଲୋକ ପାତ କରିଥିଲେ।  ମୂଖ୍ୟ ଅତିଥି ଡଃ. ଆଲୋକ କୁମାର ବୋଷ କହିଲେ ଏହି ଅନୁଷ୍ଠାନ କୁ ଗଢିବା ପାଇଁ ଅନେକ ଘାତ ପ୍ରତିଘାତ ‌ଭିତରେ ମାନବ ଅଧିକାର ର ପ୍ରଚାର ଓ ପ୍ରସାର ଦ୍ଵାରା ସମାଜରେ ଏକ ପରିବର୍ତ୍ତନ ଆଣିବାର  ପ୍ରୟାସ କ୍ଷେତ୍ରରେ ସଫଳତା ର ଆଶା ଓ ବିଶ୍ବାସ ଆମ୍ଭ ମାନଙ୍କୁ ଅସହାୟ ଲୋକଙ୍କ ପାଇଁ ମନବଳର ସାହସ ପାଇଛୁ।

ପ୍ରତ୍ୟେକ ଜିଲ୍ଲାରେ ରେ ହେଉଥବା ସମସ୍ୟା କୁ ନେଇ ଆଲୋଚନା କରିଥିଲେ । ପ୍ରାଶାସନ ଙ୍କ ସହ ଆଗାମୀ ଦିନରେ ଆଲୋଚନା କରି ସମସ୍ୟା ଗୁଡିକ ର ସମାଧାନ କରିବା ଓ ଆମ୍ଭେ ଅସହାୟ ଲୋକଙ୍କୁ ସହଯୋଗ ର ହାତ ବଢ଼ାଇବା।  ସଭାନେତ୍ରୀ ପ୍ରମିଳା  ବେହେରାଙ୍କ ଧନ୍ୟବାଦ ସହ ସମ୍ମିଳନୀ ସାଂଗ ହୋଇଥିଲା । ନିହାର ପ୍ରଧାନ,ସ୍ମୃତି ରେଖା ନାୟକ, ରଜତ କୁମାର ମହାନ୍ତି,ନିବେଦିତା ସିଂ, ଦେବେନ୍ଦ୍ର ନାୟକ, ଶୁଭେନ୍ଦୁ  ରାଉତ ,ଫ୍. ଟିଦେବାନନ୍ଦ  ନାୟକ, ମିହିର କୁମାର ଦାସ  , ସୁପ୍ରିୟା ଶତପଥୀ ଓ  ମମତା ସାହୁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *