ଗରଦପୁର, ୨/୮/୨୦୨୪ (ଓଡ଼ିଶା ସମାଚାର)- କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଓଡ଼ିଆ ଭାଷା ସାହିତ୍ୟ ବିଭାଗ ତରଫରୁ ଏକ ମୁରାଲ ଲେକଚର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମେଜର ମନୋରଂଜନ ମହାନ୍ତି ଯୋଗ ଦେଇଥିବାବେଳେ ଏଥିରେ ପ୍ରବକ୍ତା ଭାବେ ସମ୍ମାନୀତ ଅତିଥି ରେଭେନ୍ସା ବିଶ୍ୱବିଦ୍ୟାୟ ର ଡ଼ ବିଜୟ ଲକ୍ଷ୍ମୀ ଦାଶ ଓ ଅଡ଼ସପୁର ମହାବିଦ୍ୟାଳୟର ପ୍ରଫେସର ଡ଼ ସ୍ମୃତି ପଟ୍ଟନାୟକ ଯୋଗଦେଇଥିଲେ ।
ଆଲୋଚନା ଚକ୍ରରେ “ସ୍ୱାଧିନତା ପରବର୍ତି ଓଡ଼ିଆ ଗଳ୍ପର କ୍ରମ ବିକାଶ ”ଶିର୍ଷକ ରେ ଅତିଥିମାନେ ଆଲୋକପାତ କରିଥିଲେ । ବେଦ ଉପନିଷଦରୁ ଆରମ୍ଭ କରି ଓଡ଼ିଆ ଗଳ୍ପର ଗତି ପ୍ରକୃତିରେ ସାମ୍ପ୍ରତିକ ସମୟର ରାଜନୈତିକ , ସାମାଜିକ ଓ ଆର୍ଥିକ ପରିବେଶର ପ୍ରଭାବ ଏବଂ ସ୍ୱାଧିନତା ପୂର୍ବ ବର୍ତି ଗଳ୍ପର ଆଙ୍ଗିକ ମୂଲ୍ୟବୋଧ ଏବଂ ସ୍ୱାଧିନତା ପରବର୍ତି ଗଳ୍ପରେ ଜୀବର ପ୍ରତିଫଳନ ଓ ଗଳ୍ପ ଚେତନାର ନବ ଦିଗନ୍ତ ପରିସ୍ପୁଟିତ ହୋଇଥିଲା ବୋଲି ମୁଖ୍ୟ ପ୍ରବକ୍ତା ଡ଼ ବିଜୟ ଲକ୍ଷ୍ମୀ ଦାଶ ମତ ବ୍ୟକ୍ତ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ପ୍ରଚୀର ପତ୍ର ଶବ୍ଦ କୁଂଜର ବର୍ଷା କବିତା ଉନ୍ମୋଚନ କରିଥିଲେ । ଏହି ଆଲୋଚନା ଚକ୍ରରେ ଅଧ୍ୟାପିକା ସ୍ନେହାଂଜଳି ମହାପାତ୍ର ଓ ଅଧ୍ୟାପକ ସୁରେନ୍ଦ୍ର ମହାରଣା ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ଚିନ୍ମୟୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ଲୋକନାଥ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଆଲୋଚନା ଚକ୍ର
