କିଶନନଗର କଲେଜ : ଶେଷ ମୁହୁର୍ତ୍ତରେ ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା’ଉଦଘାଟନ ଉତ୍ସବ ବାତିଲ

କଟକ ସଦର ,୧୫/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଡିଗ୍ରୀ କଲେଜରେ ଆଜି ଶୁକ୍ରବାର ଦିନ ହେବାକୁ ଥିବା ‘ଯୁଵ ଓଡ଼ିଶା ନବୀନ ଓଡ଼ିଶା'(ନୂଆ-ଓ) ଉଦଘାଟନ ଉତ୍ସବ ପାଇଁ ସଵୁ ପ୍ରକାର ପ୍ରସ୍ତୁତି ସରିଥିଲା ବେଳେ ଶେଷ ମୁହୁର୍ତ୍ତରେ ବାତିଲ କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅତିଥି ମାନଙ୍କ ପାଇଁ ସଭା ମଞ୍ଚ, ନିମନ୍ତ୍ରିତ ଅତିଥି ଙ୍କ ପାଇଁ ମଞ୍ଚ, ଫାଟକରେ ସୁଦୃଶ୍ୟ ତୋରଣ ସହ ମାଇକ ବନ୍ଧା ମଧ୍ୟ ସରିଥିଲା। ହେଲେ ସଵୁ ସତ୍ୱେ ଶେଷ ମୁହୁର୍ତ୍ତରେ କାହିଁକି ଉତ୍ସବ ବାତିଲ ହେଲା ତାହା ଜଣା ପଡିନଥିବା ବେଳେ କେଵେ ହେଵ ତାହା ମଧ୍ୟ ଜଣାପଡିନାହିଁ। ହେଲେ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଏହାର ଉଦଘାଟକ ଭାବେ ଯୋଗ ଦେବାକୁ ଥିବା ଵେଳେ ସିଏ ଭୁବନେଶ୍ୱର ଶଂଖ ଭବନରେ ଅନୁଷ୍ଠିତ ରାଜ୍ୟ କାର୍ୟ୍ୟକାରିଣୀ ଵୈଠକରେ ଯୋଗଦେଇ ଥିବା କାରଣରୁ କିଶନନଗର କଲେଜକୁ ଆସି ପାରିନଥିବାରୁ ଉତ୍ସବ ବାତିଲ ହୋଇଥିବା ଅନ୍ୟ ଏକ ଖବରରୁ ଜଣାଯାଇଛି ।

Leave a Reply

Your email address will not be published. Required fields are marked *