ଅବସରପ୍ରାପ୍ତ ସବ୍ ଇନ୍ସପେକ୍ଟରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନିରାକାରପୁର, ୦୧/୮/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ସବ ଇନ୍ସପେକ୍ଟର ଅରବିନ୍ଦ ରାଉଳଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଥାନା ପରିସରରେ ଆଇଆଇସି ବିଶ୍ୱଜିତ୍ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସବ୍ଇନ୍ସପେକ୍ଟର ଦିପାଲିସା ନାୟକ, ଏଏସଆଇ ଶରତ କୁମାର ବେହେରା, ତପନ କୁମାର ପ୍ରଧାନ ପ୍ରମୁଖ ଙ୍କ ସମେତ ଥାନାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ରାଉଳ ଙ୍କୁ ଉପଢ଼ୌକନ ଓ ଉପହାର ପ୍ରଦାନ କରି ତାଙ୍କ ସୁଖ ମୟ ଜୀବନ କାମନା କରୁଥଲେ। ଶ୍ରୀ ରାଉଳ ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖରେ ନିରାକାରପୁର ଥାନାରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *