ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି,ମୋଦି ଗ୍ୟାରେଣ୍ଟି – ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କଟକ ସଦର ,୨୮/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ବିକାଶର ମଙ୍ଗଳ ଘଣ୍ଟି ମୋଦି ଗ୍ୟାରେଣ୍ଟି ଵୋଲି ରେଳ, ବୈଦ୍ୟୁତିକ ପ୍ରଜୁକ୍ତି ଵିଦ୍ୟା ଓ ସୂଚନା ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରବିବାର ପୂର୍ବାହ୍ନରେ କଟକ ସଦର ଅନ୍ତର୍ଗତ ପରମହଂସନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପସ୍ଥିତ ଜନତାଙ୍କୁ କହିଛନ୍ତି। ଏହି ଅବସରରେ ତାଳଦଣ୍ଡା କେନାଲ ରେଳ ଓଭରଵ୍ରିଜ ନିକଟରୁ ରେଳ ରାସ୍ତା କଡରେ ଯାଇଥିବା ରାଜହଂସ ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ କରିଥିବା ବେଳେ କନ୍ଦରପୁର ଲେଵୁଲକ୍ରସିଂ ଠାରେ ଖୁବ୍ ଶୀଘ୍ର ଫ୍ଲାଇ ଓଭରଵ୍ରିଜ ନିର୍ମାଣ ସହିତ କନ୍ଦରପୁର ରେଳ ଷ୍ଟେସନରେ ଏକ ରିଜର୍ଭଭେସନ କାଉଣ୍ଟର ଖୋଲିବାକୁ ଘୋଷଣା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ରାଜ୍ୟ ଵିଜେପି ପ୍ରବକ୍ତା ଦିଲ୍ଲିପ ମଲ୍ଲିକ, କଟକ ଜିଲ୍ଲା ଵିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା, କଟକ ସଦର ବରିଷ୍ଠ ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲା ଉପସଭାପତି ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *