ବୈଶାଖୀ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ …..
ରାଉରକେଲା, ୨୯/୭/୨୦୨୪ (ଓଡ଼ିଶା ସମାଚାର)- ସାହିତ୍ୟ ସମାଜର ପରିବର୍ତ୍ତନର ସହାୟକ ହୋଇଥାଏ । ଆମ ସାହିତ୍ୟ ଆମ ଅସ୍ମିତାର ପରିଚୟ ବୋଲି ଧାମରା ସଂଘ ପରିସରରେ ଆୟୋଜିତ ବୈଶାଖୀ ସାହିତ୍ୟ ସଂସଦର ୩୪ତମ ବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ.ବବ୍ରୁବାହନ ମାହାପାତ୍ର ନିଜ ଅଭିଭାଷଣରେ କହିଥିଲେ । ଡ. କିଶୋରୀ ଦାସଙ୍କ ସଭାପତିତ୍ବ ଓ ଡ଼ଃ ରେ ଉମାକାନ୍ତ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ଶିକ୍ଷାବିତ୍ ଶଶଧର ପଣ୍ଡା କହିଲେ ସାହିତ୍ୟ ହିଁ ଜାତୀୟ ସମୃଦ୍ଧିର ମୂଳମନ୍ତ୍ର । ଶିକ୍ଷାବିତ ଭବେଶ ଚନ୍ଦ୍ର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ୟ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମତ ରଖିଥିଲା ବେଳେ ସାଧାରଣ ସମ୍ପାଦକ ଚନ୍ଦ୍ରଧ୍ବଜ ମାଝୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ହାସଲ କରିଥିବା ପାଞ୍ଚଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଡ.ବବ୍ରୁବାହନ ମହାପାତ୍ରଙ୍କୁ ବୈଶାଖୀ ଭାରତୀ ସମ୍ମାନ, ଅଙ୍ଗୁରବାଳା ପରିଡାଙ୍କୁ ବୈଶାଖୀ ସାରସ୍ବତ ସମ୍ମାନ ,ଶଶଧର ପଣ୍ଡାଙ୍କୁ ବୈଶାଖୀ ସଂସ୍କୃତି ସମ୍ମାନ ,ରଶ୍ମିବାଳା ରାଉତରାୟଙ୍କୁ ବିଦ୍ୟା ତିଓ୍ବାରୀ ସ୍ମୃତି ସମ୍ମାନ,ବିଜୟ କୁମାର ସାହୁଙ୍କୁ ବେଣୁଧର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଶେଷରେ କବି ସୁଶାନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଜ୍ଝ ଦ୍ବିତୀୟ ପର୍ୟାୟରେ ବିକ୍ରମ ଆଚାର୍ୟ୍ୟଙ୍କ ସଭାପତିତ୍ବରେ କବିତା ଆସର ଆୟୋଜିତ ହୋଇଥିଲା । ସମ୍ମାନିତ ଅତିଥିଭାବେ ଅଧ୍ୟାପିକା ପ୍ରଣତି ବେହେରା ଯୋଗଦାନ କରିଥିଲେ । ସୁସ୍ମିତା ଭୋଇ,ନିତମ୍ବିନୀ କର ଏବଂ ବସନ୍ତ ବିଶ୍ବକର୍ମଙ୍କ ସଂଯୋଜନାରେ ବହୁ କବି ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ,ଦେବବ୍ରତ ଦାସ,ରେବତୀ ବେହେରା ,ଉମେଶ ତିଓ୍ବାରୀ ,ହରିହର ଶତପଥୀ,ରାଜ କୁମାର ମହାନ୍ତି ,ଦୁର୍ୟୋଧନ ପଣ୍ଡା କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।