କେନ୍ଦ୍ରାପଡ଼ା, ୨୭/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଇତିପୁର ଗ୍ରାମର ତପସ୍ୱିନୀ ସାମନ୍ତରାୟଙ୍କ ଭିନ୍ନକ୍ଷମ ଝିଅ ଦିପ୍ତିମୟୀ ସାମନ୍ତରାୟଙ୍କୁ ସରକାରଙ୍କ ଅନ୍ନପୂର୍ଣ୍ଣା ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇନଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏସମ୍ପର୍କରେ ମାର୍ଶାଘାଇ ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ପରିବାର ପକ୍ଷରୁ ବାରମ୍ବାର ଜଣାଇବା ପରେ ମଧ୍ୟ କୈାଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ହେଉଛି ଯେ ଏହି ଭିନ୍ନକ୍ଷମ ଜଣଙ୍କ ଭତା ଉପରେ ନିର୍ଭର କରି ଚଳୁଥିବା ବେଳେ ତାଙ୍କୁ ତୁରନ୍ତ ସରକାରଙ୍କ ଅନ୍ନପୂର୍ଣ୍ଣା ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯିବାକୁ ତାଙ୍କ ମା’ ଜିଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି । ଜିଲାପାଳ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।
ଭିନ୍ନକ୍ଷମଙ୍କୁ ଅନ୍ନପୂର୍ଣ୍ଣା ଅନ୍ତୋଦ୍ୱୟ ଯୋଜନାରେ ସାମିଲ ପାଇଁ ନିବେଦନ
