ରାଜ୍ୟ ସରକାର ଓ ଜିଲା ପ୍ରଶାସନର ସମସ୍ତ ଯୋଜନାରେ ସାମିଲ ହୋଇ ଦିବ୍ୟାଙ୍ଗ ମାନେ ନିଜ ପ୍ରତିଭାର ବିକାଶ ଘଟାଇ ଆତ୍ମ ନିର୍ଭରଶୀଳ ହୁଅନ୍ତୁ,:  ଅତିରିକ୍ତ ଜିଲାପାଳ ଶ୍ରୀ ଜେନା

ଯାଜପୁର, ୦୩/୧୨/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଓ ଜିଲା ପ୍ରଶାସନର ସମସ୍ତ ଯୋଜନାରେ ସାମିଲ ହୋଇ ଦିବ୍ୟାଙ୍ଗ ମାନେ ନିଜ ପ୍ରତିଭାର ବିକାଶ ଘଟାଇ ଆତ୍ମ ନିର୍ଭରଶୀଳ ହୋଇ ଜିଲା ଓ ରାଷ୍ଟ୍ରର ନାମ ବିକଶିତ କରନ୍ତୁ ବୋଲି ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ – ୨୦୨୩ ପାଳନର ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷଷ୍ଣ ଜେନା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଊଦ୍ଘାଟନ କରି ଉପରୋକ୍ତ ବିଷୟ ପ୍ରକାଶ କରିଚ୍ଥନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମା ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ପ୍ରିୟମ୍ୱଦା ମହାନ୍ତି, ଶୁଭଦ୍ରା ମଲିକ ଏବଂ ରସ୍ମିତା ନାୟକଙ୍କୁ ସାର୍ଟିପିଂକେଟ ଓ ଟ୍ରପିଂ ପ୍ରଦାନ କରିଥିଲେ ।  ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁୁଷ୍ଠିତ ହୋଇଥିବା ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତାର ୧୫ ଜଣ ଶ୍ରେୁଷ୍ଠ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ । ସଫଳ ଦିବ୍ୟାଙ୍ଗ ରୋଲ ମଡେଲ ମାଛ ଚାଷୀ ଶ୍ରୀ ଅଶୋକ କୁମାର ମହାନ୍ତିଙ୍କୁ ମୁଖ୍ୟ ଅତିଥି ଟ୍ରାଇ ସାଇକେଲ ସହିତ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ମାନିତ କରିଥିଲେ । ସେହିପରି ୬୬ ଜଣ ହିତାଧିକାରୀଙ୍କ ପାଇଁ କୃତିମ ଅଙ୍ଗ ପ୍ରଦାନ ନିମନ୍ତେ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ଭଦ୍ରକକୁ ସୁପାରିଶ କରାଯାଇଥିବା ଉପସ୍ଥିତ ୫୧ ଜଣ ହିତାଧିକାରୀଙ୍କୁ ମୋଟୋରାଇଜ୍ ଟ୍ରାଇ ସାଇକେଲ, ହାତ, ଗୋଡ କଟିଯାଇଥିବା ଦିବ୍ୟାଙ୍ଗଙ୍କୁ ମୁଖ୍ୟ ଅତିଥି କୃତି୍ରମ ଅଙ୍ଗ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟ ଅତିଥି ଦିବସ ସ୍ଥଳରେ ବିଭାଗ ତରଫରୁ ମନୋଦୟ ଏସ୍.ଆଇ.ଇପି. ସାଟେଲାଇଟ୍ ଷ୍ଟଲକୁ ପରିଦର୍ଶନ କରିବା ସହ ସକାଳେ ରାମ ମନ୍ଦିର ଠାରୁ ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଭିନ୍ନକ୍ଷମ ସଚେତନତା ରାଲିକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ ।

            ଜିଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ତଥା ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରାଙ୍କ ପ୍ରତ୍ୟକ୍ଷ ପରିଚାଳନା ଓ ପୈାରହିତ୍ୟରେ ଅନୁୁଷ୍ଠିତ ଏହି ଦିବସରେ ସମ୍ମାନିତ ଅତିଥି ଭାବେ ଏଡିପିଏଚଓ ରେଡିଓଲୋଜିଷ୍ଟ ଡା. ଜ୍ୟୋତି ପ୍ରସାଦ ରାଉତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କର, ଯାଜପୁର ବ୍ଳକ ସି.ଡି.ପି.ଓ. ବେଜମଏରା ବେଗମ୍, ସୁପରିଚିତ ଭିନ୍ନକ୍ଷମ ତଥା ସାମାଜିକ କର୍ମୀ ଶ୍ରୀ ମଣ୍ଟୁ ଦାସ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଭିନ୍ନକ୍ଷମ ମାନଙ୍କ କଲ୍ୟାଣ ଓ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ ।  ଦିବସ ପ୍ରାରମ୍ଭରେ ବିଦ୍ୟାଳୟର ଅନ୍ତେବାସୀ ମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ସହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସତ୍ୟ କଳା ଓ ସାଂସ୍କୃତିକ ଦଳ ଦ୍ୱାରା ଦିବ୍ୟାଙ୍ଗ ମାନଙ୍କୁ ଆଗକୁ ନେବାପାଇଁ ସଚେତନତା ଧର୍ମୀ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ସୁରେଶ ଚନ୍ଦ୍ର ଦାସ, ଶିବମ୍ଶିବ ଦିବ୍ୟାଙ୍ଗ ସ୍ୱତନ୍ତ୍ର ବିଦ୍ୟାଳୟ ପିଲା ମାନଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ନୃତ୍ୟ ମା ତୁଝେ ସଲାମ, ନେତାଜୀ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସଂଗୀତ ଜନନୀ ଜନ୍ମ ଭୂମି, ପ୍ରମିଳା ଦେବୀ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀଙ୍କ ଦ୍ୱାରା ସ୍ୱଛ ଭାରତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

            ସଭାରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରବିନ୍ଦ୍ର ନାଥ ବେହେରା ସ୍ୱାଗତ ଭାଷଣ, ଅତିଥି ପରିଚୟ ଏବଂ ବିଭାଗୀୟ ଦିବ୍ୟାଙ୍ଗ ଯୋଜନା ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ ।

            ଏଠାରେ ଉଲ୍ଳେଖ ଯୋଗ୍ୟ ଯେ, ସମଗ୍ର ଯାଜପୁର ଜିଲାରେ ୨୦୧୧ ଜନଗଣନା ଅନୁଯାୟୀ ୫୪୧୯୨ଦିବ୍ୟାଙ୍ଗ ଚିହ୍ନଟ ହୋଇଥିବା ବେଳେ ୪୬୯୦ ହିତାଧିକାରୀଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତା ଏବଂ ୧୮୭୬୪ ଜଣ ହିତାଧିକାରୀଙ୍କୁ ମଧୁବାବୁ ଭିନ୍ନକ୍ଷମ ଭତା ଯୋଜନାରେ ସଂଯୁକ୍ତ କରାଯାଇଅଛି  ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସୂଚନା ପ୍ରଦାନ କରିଥିଲେ । ଅପରାହ୍ନରେ ଦିବ୍ୟାଙ୍ଗ ପିଲା ମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ, କ୍ରୀଡା ପ୍ରତିଯୋଗିତା ଅନୁୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।  ଦିବସର ଅନ୍ୟ ମାନଙ୍କ ମଧ୍ୟରେ ଅଳକୁନ୍ଦ ଭିନକ୍ଷମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସାଇନ୍ କମୁନିକେଟର ଶ୍ରୀ ଧନେଶ୍ୱର ପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ, ଭିନ୍ନକ୍ଷମ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *