ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ ସଜାଗ ରହିବାକୁ ‘ଉତ୍କଳ ବିକାଶ ପରିଷଦ’ର ସଭ୍ୟ ମାନଙ୍କୁ ବିଧାୟକ ଙ୍କ ପରାମର୍ଶ 

କଟକ ସଦର , ୨୨/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସମ୍ଭାବ୍ୟ ବାତ୍ୟା ‘ଦାନା’ କୁ ନେଇ ଲୋକମାନେ ଆତଙ୍କିତ ହୋଇପଡ଼ିଥିବା ବେଳେ ସମସ୍ତଙ୍କୁ ସବୁ ସମୟରେ ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ସହ ସଜାଗ ଓ ଯୋଗାଯୋଗ ରେ ରହିବାକୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଉତ୍କଳ ବିକାଶ ପରିଷଦ’ର ସଭାପତି ତଥା କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ପରିଷଦର ସମସ୍ତ ସଭ୍ୟଙ୍କୁ ନିବେଦନ କରିଛନ୍ତି। ବାତ୍ୟା ପାଇଁ କେହି ବିଚଳିତ ନହେବା, ଅତ୍ୟାବଶ୍ୟକ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ନକରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ରଖିଥିବା ବେଳେ ପରିଷଦର ସଦସ୍ୟମାନେ ଏଥିରେ ସହଯୋଗ ଯୋଗାଇଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଅତିତରେ ଉତ୍କଳ ବିକାଶ ପରିଷଦ ଅନେକ ଦୁର୍ବିପାକ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢାଇ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇଥିବା ଜଣାପଡିଛି। ଏଥିପାଇଁ କଟକ ସଦର ଅଞ୍ଚଳରେ ପ୍ରଶାସନିକ ସ୍ତରରେ ବାତ୍ୟା ମୁକାବିଲା ପାଇଁ କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ସଦର ତହସିଲଦାର ସୁଜୟ କୁମାର ପତି ଓ‌ ସଦର ଵିଡିଓ ରୁମନା ଜାଫ୍ରି ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *