ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚୌଦ୍ୱାର ମଙ୍ଗରାଜପୁର ଡୁମାଣୀ ଡ୍ୟାମରେ ବୁଡି ୨ ଜଣ ଛାତ୍ର ମୃତ୍ୟୁ ବରଣ କରିଥିବା ଜାଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଃଖପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ ପରିବାର ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କଟକ ଷ୍ଟୁଆର୍ଟ କଲେଜର ଯୁକ୍ତ- ୨ ରେ ପଢୁଥିବା ପାଞ୍ଚଜଣ ଛାତ୍ର ଆଜି ଚୌଦ୍ୱାର ସ୍ଥିତ ଡୁମୁଡୁମାଣୀ ବୁଲିବାକୁ ଯାଇଥିବା ବେଳେ ମଙ୍ଗରାଜପୁର ଡୁମାଣୀ ଡ୍ୟାମରେ ଦୁଇଜଣ ଛାତ୍ର ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।
https://x.com/CMO_Odisha/status/1816136879625908405?s=08