କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ

 କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଗରିବ ଲୋକ ମାନଙ୍କ ପାଇଁ କାର୍ଯ୍ୟ କରିବ – ମୃତ୍ୟୁଞ୍ଜୟ ମିଶ୍ର

ଦଶରଥପୁର , ୨୭/୧୨/୨୦୨୪ (ଓଡ଼ିଶା ସମାଚାର)-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ୧୦୦ ତମ ଜନ୍ମ  ଜୟନ୍ତୀ ଅବସରରେ  ଦଶରଥପୁର ବ୍ଲକ କସପା ପଞ୍ଚାୟତସ୍ତ ଅହିୟାସ ହାଇସ୍କୁଲ ପଡିଆଠାରେ ଆଜି କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଆୟୋଜକ ତଥା କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ  ଶିକ୍ଷାବିତ ତଥା ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଶିକ୍ଷକ ବୈକୁଣ୍ଠନାଥ ପତି, ମୁଖ୍ୟ ବକ୍ତାଭାବେ ଶିକ୍ଷାବିତ ଦିଗାମ୍ବର ସାହୁ,ସମ୍ମାନିତ ଅତିଥିଭାବେ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ  ଟ୍ରଷ୍ଟର ଉପସଭାପତି ସଞ୍ଜୟ ମିଶ୍ର, ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ଯାଜପୁର ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ପ୍ରଭୁଦେବ ପଣ୍ଡା, ଶିକ୍ଷାବିତ   ଲକ୍ଷ୍ମୀଧର ମିଶ୍ର, ସମାଜସେବୀ ରଞ୍ଜନ କୁମାର ପଣ୍ଡା, ଅଜୟ କୁମାର ମିଶ୍ର, ପାର୍ଥ ମଲ୍ଲିକ,  ବଜରଙ୍ଗ ଦଳର ପ୍ରଖଣ୍ଡ ସଂଯୋଜକ ଲୋକନାଥ ଦାସ,  ଯୁବ ସମାଜସେବୀ ଅଜୟ ମିଶ୍ର ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ ଦେଶ ପାଇଁ କରିଯାଇଥିବା ଯଶ କୀର୍ତି ସମ୍ପର୍କରେ ଆଲୋକପାତ କରିବା ସହ  ତାଙ୍କର ଯଶ କିର୍ତ୍ତୀ ପାଇଁ ସାରା ଦେଶ ତାଙ୍କୁ ସବୁଦିନ ପାଇଁ ମନେ ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ  । ଶେଷରେ ୨ ହଜାରେରୁ ଉର୍ଦ୍ଧ ଭିନ୍ନକ୍ଷମ, ବିକଳାଙ୍ଗ ଓ ଗରିବ ଲୋକମାନଙ୍କୁ  କମଳାକାନ୍ତ ମିଶ୍ର ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଥିଲା  । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା  ଆଖଡ଼ା ପ୍ରମୁଖ ବିଘ୍ନେଶ୍ୱର ବେହେରା, ପ୍ରଖଣ୍ଡ ମହାବିଦ୍ୟାଳୟ ପ୍ରମୁଖ ଦୀପକ ଗୋଛାୟତ, ପ୍ରବିର ପଣ୍ଡା, ରାହୁଲ ବେହେରା, ଆଶିଷ ସାହୁ, ଅମରେନ୍ଦ୍ର ସେଠୀ, ନନ୍ଦନ ବେହେରା, ସୁଧାକର ଯେନା ପ୍ରମୁଖଙ୍କ ସମେତ  ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *