ଜ୍ୱାଇଁର ଶାବଳ ମାଡରେ ଶାଶୁ ଏବଂ ସ୍ତ୍ରୀ ମୃତ

ରେଢାଖୋଲ, ୨୨/୭/୨୦୨୪ (ଓଡ଼ିଶା ସମାଚାର)- ଜ୍ୱାଇଁର ଶାବଳ ମାଡରେ ଶାଶୁ ଏବଂ ସ୍ତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର  ରେଢାଖୋଲ ରେ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶାଶୁ ରୁବି ସାହୁ ଓ ଲକି ସାହୁ । ଘଟଣା ପରେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘରୋଇ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *