ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ବିଦ୍ୟାପୀଠ ବରାଳର  ପରିଚାଳନା କମିଟି ଗଠିତ ।

                                       ସଭାପତି ବଂଶୀଧର ତ୍ରିପାଠୀ ଓ ଉପ ସଭାପତି ରେଖା ସାହୁ ମନୋନୀତ ।

କଟକ, ୨୧/୭/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ୪୨ ମୌଜା କୂଳସରିଚୁଆଁ ପଞ୍ଚାୟତ ଅନ୍ତର୍ଗତ ମହେନ୍ଦ୍ର ସ୍ମୃତି ନୀଳକଣ୍ଠ ନାଥ ବିଦ୍ୟାପୀଠ ବରାଳର ବିଦ୍ୟାଳୟ ପରିଚାଳନା କମିଟି ଚୟନ କରାଯାଇ ନୂତନ ଭାବରେ ସଭାପତି ଶ୍ରୀଯୁକ୍ତ ବଂଶୀଧର ତ୍ରିପାଠୀ ଓ ଉପ ସଭାପତି ଶ୍ରୀମତୀ ରେଖା ସାହୁ ମନୋନୀତ ହୋଇଛନ୍ତି । ଅନୁଷ୍ଟିତ ବୈଠକରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରିନା ବିଶ୍ୱାଳ,ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୌତମ ଚରଣ ପରିଡା,ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ସାହୁ ଓ  ଅନ୍ୟମାନଙ୍କ ମଧ୍ୟରେ ବିଶ୍ଵରଞ୍ଜନ ଜେନା,ସୁରେଶ ପ୍ରଧାନ,ଗଜେନ୍ଦ୍ର ବେହେରା,ସନାତନ ବେଉରା,ସନ୍ତୋଷ ସାହୁ,ବିଘନେଶ୍ୱର ଭୋଇ ତଥା ବହୁ ଅଭିଭାବକ ଅଭିଭାବିକା ବର୍ଗ ଉପସ୍ଥିତ ରହି କମିଟିର ନୃତନ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *