ଚାଲେଞ୍ଜିଙ୍ଗ ଷ୍ଟାର ପୂବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୦୬/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଚାଲେଞ୍ଜିଙ୍ଗ ଷ୍ଟାର ପୂବ୍ଲିକ ସ୍କୁଲର ୭ମ ବାର୍ଷିକ ଉତ୍ସବ ଜୟଦେବ ଭବନ, ଭୁବନେଶ୍ୱର ଠାରେ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱଵଧାନରେ ଉତ୍ସାହ ସହ ପାଳନ ଅବସରରେ ପିଲାମାନଙ୍କର ବୌଦ୍ଧିକ ଶକ୍ତିର ପ୍ରଦର୍ଶନ ଅତି ଉଚ୍ଚକୋଟିର ହୋଇଥିଲା। ଏହି ଉତ୍ସବରେ ଓଡ଼ିଶାର ପ୍ରାକ୍ତନ ବିଧାନସଭା ସଚିବ ଅବସରପ୍ରାପ୍ତ ଆଇଏଏସ ଶ୍ରୀ ଦାଶରଥୀ ଶତପଥି ମୂଖ୍ୟ ଅତିଥି, ଡ ପ୍ରେମାନନ୍ଦ ମହାପାତ୍ର, ସାରଳା ଦାସ ସଂସ୍କୃତି ବିଶ୍ଵବିଦ୍ୟାଳୟ, ମୂଖ୍ୟ ବକ୍ତା ଭାବେ ସେମାନଙ୍କର ସାରଗର୍ଭକ ବକ୍ତବ୍ୟ ପ୍ରଦାନ ଅବସରରେ ପିଲାମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ସ୍କୁଲର ଅଭିବୃଦ୍ଧିର ମାର୍ଗ ଦର୍ଶନ କରିଥିଲେ। ଏହି ସଭାରେ ଶ୍ରୀ ତ୍ରିଭୁବନ ମହାପାତ୍ର, ସମାଜସେବୀ ଓ ଗୀତିକାର ସଭାପତିତ୍ୱ କରିଥିଲେ ଓ ଶ୍ରୀ ହରିହର ଦାଶ, ସମାଜସେବୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *