ଗୃହ ନିର୍ମାଣ ଜିନିଷ ଚୋରି ଘଟଣାରେ ୫ ଜଣ ଗିରଫ

ନିରାକାରପୁର, ୨୨/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନନପଡ଼ା ଅଞ୍ଚଳର  ଉର୍ବଶୀ ପ୍ରଧାନଙ୍କ ନିର୍ମାଣାଧୀନ ଘର ପାଇଁ ରଖାଯାଇଥିବା କିଛି ଉପକରଣ ଚୋରି ମାମଲାରେ ଆଜି ନିରାକାରପୁର ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ଅଭିଯୋଗ ଅନୁଯାୟୀ ଉକ୍ତ ଥାନା ଅଞ୍ଚଳର ସତ୍ୟନାରାୟଣ ତ୍ରିପାଠୀ, ଅମର ପ୍ରଧାନ ଓ ମହେଶ୍ୱର ଭୋଇ ଉର୍ବଶୀ ଙ୍କ ଗୃହ ନିର୍ମାଣ ଜିନିଷ ଚୋରି କରି ନେଇ ନିକଟସ୍ଥ ଆଜାଦ ଶାହା , କିଶୋର ପ୍ରଧାନ ଙ୍କୁ ବିକ୍ରି କରିଥିବା ଜଣାପଡିଛି। ଆଜି ପୋଲିସ ଉଭୟ କ୍ରେତା ଓ ବିକ୍ରେତା ଙ୍କୁ ଗିରଫ କରି କେସ ନଂ ୮୩/୨୪ ରେ ମାମଲା ରୁଜୁ କରି ୫ ଜଣଙ୍କୁ କୋର୍ଟ ଚାଲାଣ କରି ଥିବା ଏସ ଆଇ ଦିପାଲିଶା ନାୟକ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *