ଭାଗବତ ଟୁଙ୍ଗି ର ପଞ୍ଚମ ବାର୍ଷିକଉତ୍ସବ ପାଳିଲେ ଭଗବତ ପ୍ରମୀ

ନିଶ୍ଚିନ୍ତକୋଇଲି,୨୧/୦୭/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ଆଜିର କଥା କଥିତ ସମାଜରେ ବିଲୁପ୍ତ ପ୍ରାୟଆଧ୍ୟାତ୍ମିକ ଚେତନା ଓ  ପୁରାତନ ସଂସ୍କୃତି କୁ ଉଦ୍ଜୀବିତ କରିବା ପାଇଁ ନିଆରା ପ୍ରୟାସ କରିଛନ୍ତି ମହାନଦୀ ଚିତ୍ରୋତ୍ପଳା  ଦୋଆବ ଅଞ୍ଚଳ ର ଦାମୋଦରପୁର, ଜନାର୍ଦ୍ଦନପୁର ଓ ଖଣ୍ଡଗିରି ଗ୍ରାମ  ତଥା ଆଖପାଖ ଅଞ୍ଚଳ ର ବାସିନ୍ଦା । ବିଗତ ପାଞ୍ଚବର୍ଷ ହେବ ଦାମୋଦର ପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି ଭାଗବତ ଟୁଙ୍ଗି। ପୂର୍ବେ ଯେଉଁ ଭଳି ଭାବରେ  ମାଟି ଚାଳ ଛପର ଘର ଓ ଝୋଟି ଚିତା ପଡି ଘର ମନୋରମ ହୋଇଥାଏ, ସେହିଭଳି ଭାବରେ ନିର୍ମିତ ହୋଇଛି ଭାଗବତ ଟୁଙ୍ଗି। ଯେଉଁଠି ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀମଦ ଭାଗବତ ପାଠ ଓ ଚର୍ଚ୍ଚା ହୋଇଥାଏ। ଗାଁ ଗହଳି ର ପୁରୁଖା ପୁରୁଷ ମହିଳା ଙ୍କ ଠାରୁ ଆରମ୍ଭ କରି ଯୁବକ ବାଳକ ପର୍ୟ୍ୟନ୍ତ ସମସ୍ତ ଙ୍କୁ ଦେଖିବାକୁ ମିଳେ ଏଠାରେ। ବସ୍ତୁବାଦୀ ସମାଜରେ ଅଧ୍ୟାତ୍ମ ବାଦ କୁସମସ୍ତେ  ଆପଣାଇପାରିଲେ ହୁଏତ ସମାଜରେ ଅଶେଷ ଶାନ୍ତି ଓ ସଦଭାବନା ବିରାଜମାନ କରିବ ବୋଲି ବିଚାର କରି ସଫଳ ପ୍ରୟାସ କରିଛନ୍ତି ଉଦ୍ୟୋକ୍ତା ମାନେ। ଦାମୋଦରପୁର ଗ୍ରାମର ଅରକ୍ଷିତ ସାହୁ ଓ ତପନ କୁମାର ସାହୁ ଙ୍କ ତତ୍ୱାବଧାନ ରେ ସହଯୋଗୀ ଭଗବତ ପ୍ରମୀ ମାନଙ୍କ ଉଦ୍ୟମ ଓ ସହଯୋଗ ରେ ପଞ୍ଚମ ବାର୍ଷିକ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଵିଧି ପୂର୍ବକ ପୂଜାର୍ଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ରାଧାମାଧବ ମଠର ମହନ୍ତ ଶ୍ରୀ ବିପ୍ର ଚରଣ ଦାସଙ୍କ ପୌରୋହିତ୍ୟରେ ବିକ୍ରମ ଦାସ ପୂଜାର୍ଚନା କରିଥିଲେ । ଏହି ଉପଲକ୍ଷେ ସଂକୀର୍ତନ, ଭଜନ ସମାରୋହ, ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *