ଦୁର୍ବୃତଙ୍କ ଆକ୍ରମଣରେ ଆହତଙ୍କୁ ଭେଟିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ 

କଟକ ସଦର ,୨୮/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ଗ୍ରାମର ଜନୈକା ସୁନା ଦୋକାନର ମହିଳା ସେଲ୍ସ ମ୍ୟାନ କୁ ଗତ ଶୁକ୍ରବାର ରାତିରେ ଦୁର୍ବୃତ୍ତ ମାନେ ମାରଣାସ୍ତ୍ର ରେ ହାଣି ଟଙ୍କା ପଇସା ଓ ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି। ହେଲେ ଘଟଣା କୁ ପାଞ୍ଚଦିନ ବିତିଯାଇଥିଲେ ବି ପୋଲିସ ର ହାତ ଖାଲି ଥିବା ଜଣାଯାଇଛି।

ଅନ୍ୟପକ୍ଷରେ ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ଏବଂ ଯଥା ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ‌‌‌ ଆଇ ସୁଧିର କୁମାର ବଳିଆର ସିଂହ କହିଛନ୍ତି। ଏହି ପରିପ୍ରେକ୍ଷୀରେ କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଆୟତପୁର ସରପଂଚ ରାକେଶ ବେହେରା ଙ୍କ ସହିତ ଦୁର୍ବୃତ୍ତ ମାନଙ୍କ ଆକ୍ରମଣ ରେ ଆହତ ହୋଇଥିବା ଜାନକୀ ମହାରଣାଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝି ଆଶୁ ଆରୋଗ୍ୟ କାମନା କରିବା ସହିତ ସହାୟତାର ହାତ ବଢ଼ାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *