ଶିଶୁ ସାହିତ୍ୟିକ ଅଜୟ ଜେନାଙ୍କୁ ଡକ୍ଟରରେଟ୍ ଉପାଧି ।

ଯାଜପୁର , ୨୧/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ): ଜଗା ଶିଶୁ ସାହିତ୍ୟ ସଂସଦ, ନାଥପୁର ସମ୍ପାଦକ ତଥା ଶିଶୁ ସାହିତ୍ୟିକ ଅଜୟ କୁମାର ଜେନାଙ୍କୁ ସାହିତ୍ୟ ମାଧ୍ୟମରେ ସମାଜସେବା ପାଇଁ ନୂଆଦିଲ୍ଲୀ ସ୍ଥିତ ଆଇକନିକ୍ ପିସ୍ ଆୱାର୍ଡ କାଉନସିଲ ପକ୍ଷରୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି ।
କନଟ୍ୟୁସନାଲ୍ କ୍ଲବ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀର ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ଵତନ୍ତ୍ର ସମ୍ଵର୍ଦ୍ଧନା ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ସାମ୍ପଲ, ରାଜ୍ୟ ସଭା ସାଂସଦ ନରେଶ ବଂଶାଲ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ଦ୍ଦେଶକ ସଚିନ୍ ଗୁପ୍ତା, ପୂର୍ବତନ ଉପ ବାଚସ୍ପତି ଆଚାର୍ୟ୍ୟ ୟେସି ଫୁଣ୍ଟସ୍କୋ, ବିଶିଷ୍ଟ ଗୀତିକାର ବ୍ରହ୍ମପାଲ ନଗର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ଜେନାଙ୍କୁ ସମ୍ଵର୍ଦ୍ଧିତ କରିଥିଲେ । କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁସ୍ମିତା ଆଇଚ ସଭାପତିତ୍ବ କରିଥିଲା ବେଳେ ଅନୁଷ୍ଠାନର ସିଇଓ ରଞ୍ଜନ କୁମାର କାର୍ୟ୍ୟକ୍ରମ ପରିଚାଳନା କରିଥିଲେ , ଅନୁଷ୍ଠାନ ପକ୍ଷରୁ ଶ୍ରୀ ଜେନାଙ୍କୁ ଉତ୍ତରୀୟ, ଟ୍ରଫି ଓ ମାନପତ୍ର ଦିଆଯାଇ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଅଛି ।
ଶ୍ରୀ ଜେନା ଡକ୍ଟରେଟ ପାଇବା ପରେ ବିଭିନ୍ନ ମହଲରେ ତାଙ୍କୁ ସ୍ୱାଗତ୍ କରାଯାଇଛି , ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ଜେନା ପିଲାମାନଙ୍କ ପାଇଁ ଜଗତେ ରଖିବା ନାଁ, ଏକ ଆଉ ଏକ ମିଶି ହୁଏ ଦୁଇ, ବଗୁଲୀଆ ଚମଚମ, ବିଦଗ୍ଧ କବି ଅଭିମନ୍ୟୁ ଓ କଶ୍ମୀର କୋଳରେ ପାଞ୍ଚ ରାତି ଭଳି ପୁସ୍ତକ ରଚନା କରି ଜିଲ୍ଲାରେ ବେଶ୍ ଖ୍ୟାତି ଲାଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ପ୍ରତୀକ ଭିଜନ ଗ୍ରୁପ ପକ୍ଷରୁ ପ୍ରସନ୍ନ କୁମାର ବିଶ୍ବାଳ , ସୁରେଶ କୁମାର କର ,ନୀଳାଦ୍ରି ସାହୁ , ତପନ ମହାରନ୍ୟ ଶର୍ମା , ହରିହର ସ୍ବାଇଁ , ମୃତ୍ୟୁଞ୍ଜୟ ସାହୁ ପ୍ରମୁଖ ଶୁଭେଛା ଜଣାଇବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *