ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ବିୟୋଗରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ଶୋକ

ଭୁବନେଶ୍ୱର,୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ବିୟୋଗରେ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ ଏକ ବାର୍ତ୍ତା ରେ କମଳା ପୂଜାରୀ ଙ୍କୁ ଜଣେ ବିଶିଷ୍ଟ କୃଷିବିତ୍ ବୋଲି ଅଭିହିତ କରି କହିଛନ୍ତି, ପଦ୍ମଶ୍ରୀ ପୂଜାରୀ ଜୈବିକ କୃଷି,ବିରଳ ବିହନ ସଂରକ୍ଷଣ ଓ କୃଷକ ମାନଙ୍କୁ ପ୍ରଶିକ୍ଷଣ କ୍ଷେତ୍ର ରେ ଯେଉଁ ଦିଶା ଦେଖାଇ ଯାଇଛନ୍ତି ତାହା ଅବିସ୍ମରଣୀୟ।ତାଙ୍କ ବିୟୋଗ ରେ ରାଜ୍ୟ ଜଣେ କୃଷି ପ୍ରେମୀ ଓ କୃଷିବିତ ଙ୍କୁ ହରାଇଲା।

ଏହି ଅବସର ରେ ଶ୍ରୀ ସ୍ୱାଇଁ ତାଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *