କୁନ୍ତଳା କୁମାରୀ ସାବତଙ୍କ ସ୍ମୃତି ଉତ୍ସବ ଓ ସମ୍ମାନ ପ୍ରଦାନ ସମାରୋହ

କଟକ ସଦର, ୦୮/୦୨/୨୦୨୫ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଫାଉଣ୍ଡେସନ ପକ୍ଷରୁ ଆଜି (ଶନିବାର) ସଂଧ୍ୟାରେ କଟକ ର ସାରସ୍ଵତ ପୀଠ ଶାରଳା ଭବନ ଠାରେ ପ୍ରଖ୍ୟାତ ସାରସ୍ୱତ ସାଧିକା ଓ ଚିକିତ୍ସାଵିତ୍ କୁନ୍ତଳା କୁମାରୀ ଙ୍କ ସ୍ମୃତିରେ ଏକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଫାଉଣ୍ଡେସନ ର ସଭାପତି ଡ଼ଃ ଇଂ ପ୍ରଭାକର ସ୍ୱାଇଁ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉତ୍ସବରେ ଜଷ୍ଟିସ ବିମଳ ପ୍ରସାଦ ଦାସ୍, ଡ଼ଃ ଯୋଜନ ଭଗତ, ବିଶିଷ୍ଟ ସାହିତ୍ୟିକା ଡ଼ଃ ଅର୍ଚ୍ଚନା ନାୟକ, ଡ଼ାଃ ନିରଞ୍ଜନ ତ୍ରିପାଠୀ, ଡ଼ାଃ ରମେଶ ଚନ୍ଦ୍ର ଦାସ, ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସତ୍ୟନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ କୁନ୍ତଳା କୁମାରୀ ଙ୍କ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଯାଜ୍ଞସେନୀ ସାହା ଓ ଡ଼ଃ ଆଦ୍ୟାଶା ଦାସ ଙ୍କୁ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାରସ୍ଵତ ସମ୍ମାନ, ଚିକିତ୍ସାଵିତ୍ ଡ଼ାଃ ଵିରକିଶୋର ସିଂ, ଡ଼ାଃ ବିରଞ୍ଚିନାରାୟଣ ମହାପାତ୍ର, ଡ଼ାଃ ଜନ୍ମେଜୟ ମହାପାତ୍ର, ଡ଼ାଃ ସନ୍ଦୀପ ବିଶ୍ୱାଳ, ଡ଼ାଃ ଦିବ୍ୟ ରଞ୍ଜନ ବେହେରା ଙ୍କୁ ଉତ୍କଳ ଭାରତୀ କୁନ୍ତଳା କୁମାରୀ ଚିକିତ୍ସା ବିଜ୍ଞାନ ସମ୍ମାନ ପ୍ରଦାନ କରାଯାଇଥିଲା। ପରିଚାଳନା ରେ ଫାଉଣ୍ଡେସନର ଉପସଭାପତି ସଂଜିତ ପଟ୍ଟନାୟକ, ଉପସଭାପତି ସୋହାଗିନୀ ବେହେରା ଓ ସାଧାରଣ ସଂପାଦକ ଡ଼ଃ ଚୈ।ଧୁରୀ ସତ୍ୟ ଦାସ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *