ବରୀ ପଂଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ।

 

ଯାଜପୁର,୨୦/୭/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) – ଶନିବାର ପୂର୍ବାହ୍ନରେ ବରୀ ପଂଚାୟତ ସମିତି ର ଦ୍ଵିତୀୟ ସାଧାରଣ ବୈଠକ ବ୍ଲକ କନଫରେନ୍ସ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସାଧାରଣ ବୈଠକରେ  ବରୀ ନବନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ବିଶ୍ବରଂଜନ ମଲ୍ଲିକ ମୁଖ୍ୟ ଅତିଥି ଭାବେ  ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ବରୀ ପଂଚାୟତ  ସମିତି ଅଧ୍ୟକ୍ଷ ଅଶୋକ କୁମାର  ଗେଡି, ଉପାଧ୍ୟକ୍ଷ ଅର୍ଚ୍ଚନା ମଲ୍ଲିକ ,ବରୀ ବିଡ଼ିଓ ପଞ୍ଚାନନ ମଲ୍ଲିକ , ଏବିଡିଓ ମହେଶ୍ୱର ସେଠୀ , ବରୀ ତହସିଲଦାର ସାଇଶ୍ରି ପ୍ରସାଦ ସେଠୀ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ବ୍ଲକ ପ୍ରଶାସନ ପକ୍ଷରୁ ବିଡ଼ିଓ ଶ୍ରୀ ମଲ୍ଲିକ ବରୀ ବିଧାୟକ ଙ୍କୁ ପୁଷ୍ପଗୁଚ୍ଛ  ଓ  ଉପଢୌକନ ଦେଇ ସ୍ଵାଗତ କରିବା ସହ ଆଗାମୀ ଦିନରେ ବରୀ ବ୍ଲକରେ କିପରି ବ୍ୟାପକ ଉନ୍ନତି ହେବ ସେ ପ୍ରତି ଧ୍ୟାନ ଦେବା ପାଇଁ ବିଧାୟକ ଙ୍କୁ  ଅନୁରୋଧ କରିଥିଲେ ।

ବିଶ୍ବରଂଜନ ହେଉଛନ୍ତି ବରୀ ମାଟିର ଗର୍ବ ଓ ସଂଗ୍ରାମୀ ଯୁବକ ଯାହାକି ଚଳିତ ଥର ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବା ଏବିଡିଓ ଶ୍ରୀ ସେଠୀ ନିଜର ସ୍ଵାଗତ ଭାଷଣରେ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ସାହୁ , ଦିଲ୍ଲୀପ କୁମାର ମହାନ୍ତି , ସନ୍ତୋଷ ସାମଲ , ସୁମିତ୍ରା ଯାଦବ , ବିଭିନ୍ନ ପଞ୍ଚାୟତର  ସରପଂଚ ଓ ସମିତି ସଭ୍ୟ , ବ୍ଲକ ର ବିଭିନ୍ନ ବିଭାଗ କର୍ମଚାରୀ , ପଶୁ ବିଭାଗ ଅଧିକାରୀ ଡାକ୍ତର ଭକ୍ତ ପ୍ରସାଦ ସେଠୀ  , ସ୍ୱାସ୍ଥ୍ୟ ବିଭାଗ , ରାଜସ୍ବ ବିଭାଗ , ଶିକ୍ଷା ବିଭାଗ ର ପ୍ରତିନିଧି ଯୋଗ ଦେଇଥିଲେ ।

ବରୀ ର ସାମଗ୍ରିକ ଉନ୍ନତି କରିବା ମୂଳ ଲକ୍ଷ ନେଇ ଲୋକ ମାନଙ୍କ ଦ୍ଵାରା ବିଧାୟକ ହୋଇଥିବାରୁ ସେ ବରୀ ବାସୀ ଙ୍କ ପାଇଁ ଉତ୍ତରଦାୟୀ ବୋଲି ଶ୍ରୀ ମଲ୍ଲିକ ନିଜ ଅଭିଭାଷଣ ରେ ସୁଚାଇଥିଲେ , ସମସ୍ତ ସରପଂଚ , ସମିତି ସଭ୍ୟ , ଜିଲ୍ଲାପରିଷଦ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରିଲେ ବରୀ ନିଶ୍ଚୟ ରାଜ୍ୟରେ ଏକ ନମ୍ବର ବ୍ଲକ ଭାବେ ବିବେଚିତ ହେବ , ଏହି ମାଟି ହେଉଛି ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ମାଟି , ଆମେ ହେଉଛନ୍ତି ସେମାନଙ୍କ ଦାୟଦ ସେମାନଙ୍କ ଟେକ ରଖିବା ଆମେ କର୍ତ୍ତବ୍ୟ ବୋଲି ଶ୍ରୀ ମଲ୍ଲିକ ଆଜିର ଦ୍ଵିତୀୟ ସାଧାରଣରେ ବୈଠକ ରେ କହିଛନ୍ତି । ବ୍ଲକ କର୍ମଚାରୀ ଲୋକ ମାନଙ୍କୁ ସେବା ଦେବାରେ ଯେପରି ମନ ଊଣା ନ କରନ୍ତି ଓ ସମସ୍ତ ସରପଂଚ ,ସମିତି ସଭ୍ୟ , ଜିଲ୍ଲା ପରିଷଦ ସଭ୍ୟ ଙ୍କୁ ଅଣଦେଖା ନ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ବରୀ ବିଧାୟକ ।

ଏହି ଅବସରରେ ଏପିଓ ଶ୍ରୀ ରବି ନାରାୟଣ ସାହୁ  ଗତ ସାଧାରଣ ବୈଠକ ର ସମ୍ପୁର୍ଣ୍ଣ ବିବରଣୀ ପାଠ କରିଥିଲେ । ପରେ ପରେ ବିଭିନ୍ନ ସମସ୍ୟା ଓ ପ୍ରତିକାର ବିଷୟ ରେ ସରପଂଚ ,ସମିତି ସଭ୍ୟ ମାନଙ୍କ ସହ ଶ୍ରୀ ମଲ୍ଲିକ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *