ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ୨୧ରୁ

କଟକ, ୧୬/୭/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୨୧ରୁ ୩୧ ପର୍ୟ୍ୟନ୍ତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ । ଗୋଟିଏ ସିଟିଂରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପିଲା ପରୀକ୍ଷା ଦେବେ । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ପର୍ୟ୍ୟନ୍ତ ଚାଲିବ । ୮୩ଟି କେନ୍ଦ୍ରରେ ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷାର୍ଥୀଙ୍କ ପାଇଁ ଓ୍ବେବସାଇଟରେ ଆଡମିଟ୍ କାର୍ଡ ମଧ୍ୟ ଆସିସାରିଛି । ଛାତ୍ରଛାତ୍ରୀ ଏହାକୁ ଡାଉନଲୋଡ୍ କରିପାରିବେ । ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ମଧ୍ୟ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ଏସଓଏସସି ପରୀକ୍ଷା ପାଇଁ ୧୨୧ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହି କେନ୍ଦ୍ରଗୁଡିକରେ ୨୪,୫୨୦ ପିଲା ପରୀକ୍ଷା ଦେବେ ।

Leave a Reply

Your email address will not be published. Required fields are marked *