ଭୁବନେଶ୍ୱର,୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ମାନ୍ୟବର ନବୀନ ପଟ୍ଟନାୟକ ପବିତ୍ର ଖ୍ରୀଷ୍ଟମାସ ପର୍ବରେ ସାମିଲ୍ ହେବା ଅବସରରେ ୟୁନିଟ୍-୪ସ୍ଥିତ ବି.ଏମ୍.ସି. ୱାର୍ଡ ନଂ-୩୬ରେ ଥିବା ୟୁନିୟନ୍ ଚର୍ଚ୍ଚର ପ୍ରାର୍ଥନା ସଭାରେ ଯୋଗଦେଇଥିଲେ ।
ପ୍ରଭୁ ଯୀଶୁଙ୍କର ପବିତ୍ର ଜନ୍ମଦିବସରେ ଚର୍ଚ୍ଚରେ ଉପସ୍ଥିତ ଥିବା ବହୁ ସଂଖ୍ୟାରେ ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କୁ ଶ୍ରୀ ନବୀନ ପଟ୍ଟନାୟକ ବଡ଼ଦିନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ ।
ଲଗାଣ ବର୍ଷା ସତ୍ୱେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଅଲିଅଳି ମଲ୍ଲିକଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଲୋକମାନେ ଏକାଠି ହୋଇ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଚର୍ଚ୍ଚକୁ ପାଛୋଟି ନେଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଫାଦର ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ମଧ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ମଧ୍ୟ ଏହି ଅବସରରେ ଚର୍ଚ୍ଚ ପରିସରରେ ଉପସ୍ଥିତ ରହି ସବୁ ଭାଇ ଭଉଣୀମାନଙ୍କୁ ଆଜିର ପବିତ୍ର ଦିନରେ ସୁଖ ସମୃଦ୍ଧି କାମନା କରିବା ସହ ପ୍ରଭୁ ଯୀଶୁଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ମଙ୍ଗଳ କାମରେ ନିଜକୁ ସାମିଲ୍ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କର୍ପୋରେଟର ଶ୍ରୀମତୀ ମଲ୍ଲିକ ଚର୍ଚ୍ଚ ଫାଟକ ନିକଟରେ ଥିବା ସମସ୍ତ ଗରିବ ଲୋକଙ୍କୁ ବର୍ଷାରୁ ରକ୍ଷା ପାଇବା ପାଇଁ ଛତା ଏବଂ ଖାଦ୍ୟ ପୁଡ଼ିଆ ବଂଟନ କରିଥିଲେ ।
ଖ୍ରୀଷ୍ଟମାସ ପର୍ବରେ ସାମିଲ୍ ହେଲେ ନବୀନ ପଟ୍ଟନାୟକ
