ଭୁବନେଶ୍ବରରେ ଖୋଲିଲା ଲିଜେଣ୍ଡ ମସଲ ଫ୍ୟାକ୍ଟ୍ରି ପ୍ରିମିୟମ ଜିମ୍

ଭୁବନେଶ୍ବର,୧୫/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ବରସ୍ଥିତ ଝାରପଡାର ପଣ୍ଡା ବିଲଡିଂର ୪ର୍ଥ ମହଲାରେ ଲିଜେଣ୍ଡ ମସଲ ଫ୍ୟାକ୍ଟ୍ରି ପ୍ରିମିୟମ ଜିମର ଶୁଭ ଉଦଘାଟନ ହୋଇଯାଇଅଛି l ଉନ୍ନତମାନର ବ୍ୟାୟମ ଯନ୍ତ୍ରପାତି ତଥା  ୨୦,୦୦୦ ସ୍କୋୟାର ଫୁଟରେ ନିର୍ମିତ ଏହି ଜିମ୍ ପୂର୍ବ ଭାରତର ପ୍ରଥମ ହାଇଫାସିଲିଟି ଜିମ୍ ଅଟେ l

ଏହି ଜିମ୍ ର ଶୁଭ ଉଦଘାଟନରେ ମୁଖ୍ୟ ତଥା ସମ୍ମାନିତ ଅତିଥି ରୂପେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ,ପୂର୍ବତନ ସାଂସଦ ପ୍ରଦୀପ ମାଝୀ,  ବିଜେପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଜଗନ୍ନାଥ ପ୍ରଧାନ, ପ୍ରତିଷ୍ଠାନ ମାଲିକ ଓ ଯୋଗାଣ ମାଲିକ ବିଷ୍ଣୁ ପ୍ରସାଦ ପଣ୍ଡା,ବିକ୍ରନ୍ତ ଭୋରା ଓ ଜିମ୍ ମାଲିକ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଏହି ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ  ମିଷ୍ଟର ୱାର୍ଲ୍ଡ  ଓ ମିଷ୍ଟର ଇଣ୍ଡିଆର ବିଜେତା  ନରେନ୍ଦ୍ର ଯାଦବ l ଏହି ଅତ୍ୟାଧୁନିକ ଜିମରେ ଅନେକ ପ୍ରକାର ସେବା ତଥା ମୁଡ୍ ବାଥ୍, କିଡ୍ ଜିମ୍, ସ୍ଵତନ୍ତ୍ର ଅମ୍ଳଜାନ କକ୍ଷ, ଏମ୍ଏମ୍ଏ ଟ୍ରେନିଂ ସେଣ୍ଟର ,ଷ୍ଟିମବାଥ୍, ସ୍ପିନ ଷ୍ଟୁଡିଓ ଓ ସ୍ପା ପରି ବିଭିନ୍ନ ପ୍ରକାର ସେବାକୁ ଏଣିକି ରାଜଧାନୀ ବାସୀ ଉପଭୋଗ କରିପାରିବେ l

Leave a Reply

Your email address will not be published. Required fields are marked *