ସାମ୍ବାଦିକଙ୍କ ମାତୃ ବିୟୋଗ

କେନ୍ଦ୍ରାପଡ଼ା, ୦୨/୧୨/୨୦୨୩ (ଓଡ଼ିଶା ସମାଚାର)- ଦୈନିକ ସମ୍ବାଦ ପତ୍ର ‘ସମୟ’ର କେନ୍ଦ୍ରାପଡା ଜିଲା ପ୍ରତିନିଧି ରବୀନ୍ଦ୍ର କୁମାର ଦାଶଙ୍କ ମାତା ସୁକାନ୍ତୀ ଦାଶ(୯୦)ଙ୍କର ପରଲୋକ ହୋଇଯାଇଛି । ସେ ଗତ ୧ ମାସ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗୁରୁବାର ରାତି ୧୧ଟାରେ ତାଙ୍କର ପରଲୋକ ଘଟିଥିବା ବେଳେ ମୃତୁ୍ୟ ବେଳକୁ ଏକମାତ୍ର ପୁତ୍ର ରବୀନ୍ଦ୍ର, ଝିଅ ହରିପ୍ରିୟା, ବୋହୁ ନନ୍ଦିନୀ, ଜ୍ୱାଇଁ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ । ସ୍ୱର୍ଗଗାମୀ ସୁକାନ୍ତୀ ଜଣେ ମେଳାପି, ପରପୋକାରୀ, ସ୍ନେହୀ ଓ ଧାର୍ମିକ ମହିଳା ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ପୁତ୍ର ରବିନ୍ଦ୍ର ମୁଖାଗ୍ନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *