ଡ୍ରେନେଜ୍ ସିଷ୍ଟମ ନାହିଁ: ଆଣ୍ଠୁଏ  ପାଣିରେ ଯାତ୍ରୀଙ୍କ ଯାତାୟାତ

ନିରାକାରପୁର, ୧୪/୦୭/୨୦୨୪(ଓଡ଼ିଶା ସମାଚାର)-  ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ବଜାରରୁ ନୂଆଗଡ ରାସ୍ତାର ଗେଟ ବଜାର ନିକଟରେ ରାସ୍ତାରେ ପାଣି ଜମା ହୋଇ ରହିବା କାରଣରୁ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ହନ୍ତସନ୍ତ ହେଉଛନ୍ତି। ପାଦଚଲା ଲୋକମାନେ ବାଧ୍ୟ ହୋଇ ଆଣ୍ଠୁଏ ପାଣିରେ ପଶି ଯିବା ଆସିବା କରୁଛନ୍ତି। ମୁଖ୍ୟତଃ ସ୍କୁଲ ଛାତ୍ରଛାତ୍ରୀ, ରେଳ ଷ୍ଟେସନ କୁ ଯାଉଥିବା ଯାତ୍ରୀ ବର୍ଷା ଦିନରେ ଏହି ରାସ୍ତାରେ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ନିର୍ମାଣ କରାଯାଇଥିବାବେଳେ ଏ ପାର୍ଶ୍ଵ ର ଜଳ ନିଷ୍କାସନ ପାଇଁ ରେଳ ଧାରଣା ତଳେ ଦୁଇ ଜାଗାରେ ରେଳ ବିଭାଗ ତରଫରୁ ଡ୍ରେନ କରାଯାଇ ପଶ୍ଚିମ ପଟ ନାଳ ସହ ସଂଯୋଗ କରାଯାଇଥିଲା। ସମୟ କ୍ରମେ ଏହି ଦୁଇଟି ଡ୍ରେନ ବନ୍ଦ ହୋଇ ଯିବା କାରଣରୁ ନିରାକାରପୁର ବଜାରରୁ ନୂଆଗଡ ଯିବା ରାସ୍ତାରେ ବର୍ଷା ଦିନରେ ଦୁଇ ତିନି ଜାଗାରେ ପାଣି ଜମି ରହୁଛି। ବିଭାଗୀୟ ଅଧିକାରୀ କିପରି ଏହି ରାସ୍ତାରୁ ଜଳ ନିଷ୍କାସନ ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *