ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ‘ଫାଓ’ ରୁ ଦେବାଶିଷ ଆଉଟ୍ ସମୀର ଇନ୍ 

କଟକ ସଦର, ୧୨/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ‘ଫାଓ’ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ସଭାପତି ପଦରୁ ବିଜେଡ଼ି ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଏହି ପଦବୀରେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ଅଧିଷ୍ଠିତ ହୋଇଛନ୍ତି। ପୂର୍ବରୁ ସଂପାଦକ ଥିବା କ୍ରୀଡା ସଂଗଠକ ଆଶିର୍ଵାଦ ବେହେରା ବିଜେଡ଼ି ସଭାପତି ଙ୍କୁ ଛାଡି ବିଜେପି ସଭାପତି ଙ୍କୁ କୋଳେଇ ନେଇଥିବା ଜଣାପଡିଛି। ସେହିପରି ଓଡ଼ିଶା କ୍ରିକେଟ ଆସୋସିଏସନ୍ ‘ଓସିଏ’ ସଭାପତି ପଦରୁ ବିଜେଡ଼ି ନେତା ଵଵି ଓରଫ ପ୍ରଣବ ପ୍ରକାଶ ଦାସ ତୁରନ୍ତ ଇସ୍ତଫା ଦେଇଦେଵା ଉଚିତ୍ ବୋଲି ‘ ଫାଓ’ ନୂତନ ସଭାପତି ସମୀର ଦେ କହିଛନ୍ତି।’ଓସିଏ’ କିମ୍ଵା କ୍ରୀଡ଼ା ର କିଛି ଉନ୍ନତି କରିନଥିବା ବେଳେ କେବଳ ନିଜର ଫାଇଦା ପାଇଁ ଵଵି ‘ଓସିଏ’ରେ ଥିବା ସମୀର କହିଛନ୍ତି। ରାଜ୍ୟ ସରକାର ବଦଳିବା ପରେ କ୍ରୀଡା ସଂଘରୁ ବିଜେଡ଼ି ନେତା ଆଉଟ୍ ହେବା ଆଉ ବିଜେପି ନେତା ଇନ୍ ହେବାକୁ ନେଇ ସରଗରମ ହୋଇଛି ଓଡ଼ିଶା କ୍ରୀଡା ରାଜନୀତି।

 

Leave a Reply

Your email address will not be published. Required fields are marked *