କେନ୍ଦ୍ରାପଡା, ୮/୭/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ସାରଙ୍ଗ ଠାରେ ରବିବାର ଶ୍ରୀଗୁଣ୍ଡିଚା ଅବସରରେ ଏକ ନୂତନ ଗୌଡିୟ ମଠ ପ୍ରତିଷ୍ଠା କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ବହୁ ସାଧୁସନ୍ଥ ଓ ମାଆମାନେ ଉପସ୍ଥିତ ଥିଲେ । ପ୍ରତିଷ୍ଠା ଉତ୍ସବରେ ଭକ୍ତମାନଙ୍କ ଦ୍ୱାରା ଭଜନ, ସଂକୀର୍ତନ, ପ୍ରବଚନ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ମଠର ମୁଖ୍ୟ ବ୍ରହ୍ମଚାରୀ ଶ୍ରୀପାଦ ନରହରି ଦାସ, ସଭାପତି ରାଜକିଶୋର ମହାନ୍ତି, ସମ୍ପାଦକ ରବିନ୍ଦ୍ର କୁମାର ମହାନ୍ତି, ଶ୍ରୀପାଦ ପ୍ରଦୀପ କୁମାର ଦାସ, ଶ୍ରୀପାଦ ହୃଷିକେଶ ଦାସ ବାବାଜୀ, ଶ୍ରୀପାଦ କୁଞ୍ଜ ପ୍ରଭୁଜୀ, ଶରତ ପ୍ରଭୁ, ବଳରାମ ସାହୁ ପ୍ରମୁଖ ଯୋଗଦେଇ ପ୍ରତିଷ୍ଠା ଉତ୍ସବକୁ ସଫଳ କରିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ ।
ସାରଙ୍ଗରେ ଶ୍ରୀ ବଳଦେବଜୀଉ ନୂତନ ଗୌଡିୟ ମଠ ପ୍ରତିଷ୍ଠା ଉତ୍ସବ
