ବରୀ ବ୍ଲକ ପ୍ରଶାସନ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା

ଯାଜପୁର ,୨୬/୬/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର) -ନୂତନ କରି ବିଧାୟକ ଭାବେ ଶପଥ ନେବା ପରେ ,ବରୀ ବିଧାୟକ ଶ୍ରୀଯୁକ୍ତ ବିଶ୍ବରଂଜନ ମଲ୍ଲିକ ଙ୍କୁ ଆଜି ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଅଛି। ଏହି ସମୟରେ ବରୀ ବ୍ଲକ ର ୨୮ ସରପଂଚ ଓ ସମିତି ସଭ୍ୟ , ଜିଲ୍ଲାପରିଷଦ ସଭ୍ୟ ଙ୍କ ସହ ବ୍ଲକ ର ବିଡ଼ିଓ , ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ପରେ ପରେ ବ୍ଲକ ସମ୍ମିଳନୀ କକ୍ଷରେ ବିଧାୟକ ଓ ବ୍ଲକ ର ସମସ୍ତ କର୍ମଚାରୀ ମାନଙ୍କ ମଧ୍ୟରେ ଏକ ଗୁରୁତତ୍ୱପୂର୍ଣ ବୈଠକ ଅନୁଷ୍ଟିତ ହୋଇଥିଲା । ଏହି ବୈଠକରେ ବିଧାୟକ ଙ୍କୁ ସମସ୍ତ କର୍ମଚାରୀ ନିଜର ପରିଚୟ ଓ ନିର୍ବାହ କରୁଥିବା ଦାୟୀତ୍ଵ ବିଷୟରେ ଅବଗତ କରାଇଥିଲେ। ବରୀ ରେ ସମସ୍ତ ଉନ୍ନତି ମୂଳକ କାର୍ୟ୍ୟକୁ ସଠିକ୍ ଭାବେ କରିବା , ବ୍ଲକ ଅଫିସ କୁ ସଠିକ୍ ସମୟରେ ଆସିବା ଓ ଲୋକ ଙ୍କ ସମସ୍ୟା କୁ ଗୁରୁତ୍ଵ ଦେବା , କ୍ଷେତ୍ରରେ କାର୍ୟ୍ୟ କରୁଥିବା କର୍ମଚାରୀ ଲୋକ ଙ୍କ ନିକଟତର ହେବା ପାଇଁ ଶ୍ରୀ ମଲ୍ଲିକ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ସମସ୍ତ କର୍ମଚାରୀ ସେମାନଙ୍କ ଫୋନ୍ କୁ ସାର୍ବଜନୀନ କରିବା ଓ ସର୍ବଦା ଖୋଲା ରଖିବାକୁ ସେ ଅବଗତ କରାଇଥିଲେ। ବରୀ ର ସର୍ବଦା ଉନ୍ନତି ଚାହୁଁଥିବା ଏହି ଯୁବ ବିଧାୟକ ଙ୍କୁ ସମସ୍ତ କର୍ମଚାରୀ ବ୍ଲକ ପକ୍ଷରୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।ଆଗାମୀ ଦିନରେ ବ୍ଲକରେ ଥିବା ଅସମ୍ପୂର୍ଣ୍ଣ କାମ କୁ ସମ୍ପୁର୍ଣ୍ଣ କରାଯିବ ଓ ବରୀର ସମସ୍ତ ଅଞ୍ଚଳରେ ସର୍ବାଙ୍ଗିନ ଉନ୍ନତି କରାଯିବ ବୋଲି ଶ୍ରୀ ମଲ୍ଲିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *