୧୨ ଟି ବିଭାଗର ୧୮ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର,୦୭/୦୯/୨୦୨୬ (ଓଡ଼ିଶା ସମାଚାର )- ଆଜି ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୭ତମ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୨ଟି ବିଭାଗର ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।

। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ ବିଲ୍‌-୨୦୨୬କୁ ଅନୁମୋଦନ ଦେଇଛି ରାଜ୍ୟ କ୍ୟାବିନେଟ୍‌। ଏହା ସହ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ବର୍ତ୍ତମାନ କେନ୍ଦ୍ରୀୟ ବେସାମରିକ ସେବା (ପେନସନ) ନିୟମାବଳୀ, ୨୦୨୧ ସହ ସାମଞ୍ଜସ୍ୟ ରକ୍ଷା କରାଯାଇ ଓଡ଼ିଶା ବେସାମରିକ ସେବା (ପେନସନ) ନିୟମାବଳୀ, ୧୯୯୨ରେ ନିମ୍ନଲିଖିତ ସଂଶୋଧନ ପ୍ରସ୍ତାବ କରାଯାଇଛି।

ସରକାରୀ କର୍ମଚାରୀଙ୍କ ସେବାକାଳରେ ଆରମ୍ଭ ହୋଇ ଅବସର ପରେ ମଧ୍ୟ ଜାରି ରହିଥିବା କିମ୍ବା ଅବସର ପରେ ଆରମ୍ଭ ହୋଇଥିବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ପେନସନ ଏବଂ/କିମ୍ବା ଗ୍ରାଚୁଇଟିକୁ ଅଟକାଇ ରଖିବା କିମ୍ବା ପ୍ରତ୍ୟାହାର କରିବା ସମ୍ପର୍କରେ ସରକାରଙ୍କ ଅଧିକାରକୁ ସ୍ପଷ୍ଟ କରାଯିବ। ପେନସନ ମଞ୍ଜୁରି ପ୍ରକ୍ରିୟା ନିର୍ଦ୍ଧାରିତ ସମୟଠାରୁ ଏକ ବର୍ଷରୁ ଅଧିକ ବିଳମ୍ବ ହେଲେ ଏବଂ ଏହି ବିଳମ୍ବ ପ୍ରଶାସନିକ ତ୍ରୁଟି କାରଣରୁ ଘଟିଥିଲେ, ତେବେ ଏକ ବର୍ଷ ପରବର୍ତ୍ତୀ ବିଳମ୍ବ ଅବଧି ପାଇଁ ପେନସନର ବକେୟା ରାଶି ଉପରେ ବାର୍ଷିକ ୭ ପ୍ରତିଶତ ହାରରେ ସୁଧ ପ୍ରଦାନ କରିବାର ବ୍ୟବସ୍ଥା କରାଯିବ।

ଓଡ଼ିଶା ମୃତ୍ତିକା ସଂରକ୍ଷଣ ସେବା (OSCS) କ୍ୟାଡରର ପୁନର୍ଗଠନ ପରେ ମୋଟ ଅନୁମୋଦିତ ପଦସଂଖ୍ୟା ୩୧୯ରେ ଅପରିବର୍ତ୍ତିତ ସହ ବରିଷ୍ଠ ସ୍ତରରେ ୨ଟି ଅତିରିକ୍ତ ନିର୍ଦ୍ଦେଶକ ଓ ୬ଟି ଯୁଗ୍ମ ନିର୍ଦ୍ଦେଶକ ପଦ ସୃଷ୍ଟି ହେବ ଏବଂ ଉପନିର୍ଦ୍ଦେଶକ ପଦ ୨୯ରୁ ୩୨କୁ ବୃଦ୍ଧି ପାଇବ। ଏନେଇ କ୍ୟାବିନେଟ୍‌ରେ ମୋହର ବାଜିଛି। ୫ ବର୍ଷରେ ୧ ଲକ୍ଷ ୫୦ ହଜାର ଗଭୀର ନଳକୂପ ସ୍ଥାପନ ସହ ୭.୫ ଲକ୍ଷ ହେକ୍ଟର ଜଳସେଚନ କ୍ଷମତା ସୃଷ୍ଟି ପାଇଁ ୮,୬୫୩.୦୪ କୋଟି ବ୍ୟୟବରାଦ ସହ ‘ଓଡ଼ିଶାର ଜଳସେଚନ ପ୍ରକଳ୍ପଗୁଡ଼ିକରେ ପର୍ଯ୍ୟଟନ ସୁବିଧାର ବିକାଶ (ବୋଇତ)’କୁ ଅନୁମୋଦନ ମିଳିଛି। ଓଡ଼ିଶା କୃଷି ସେବା କ୍ୟାଡର ପୁନର୍ଗଠନରେ ବିଭିନ୍ନ ପଦୋନ୍ନତିସ୍ତରରେ ପଦବୀ ବୃଦ୍ଧି, ‘ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ଏହା ସହ ‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ର କାର୍ଯ୍ୟକାରିତାକୁ ମଞ୍ଜୁରୀ ମିଳିଛି। ସଂଶୋଧିତ ‘ବସୁଧା’ ଯୋଜନାରେ ୨୦୨୬-୨୭ରୁ ୨୦୨୮-୨୯ ପର୍ଯ୍ୟନ୍ତ ୫,୦୪୫ କୋଟି ଟଙ୍କା ରାଜ୍ୟ ପାଣ୍ଠି ବ୍ୟୟ ହେବ। ଭବାନୀପାଟଣାମୁନିଗୁଡ଼ା ରାସ୍ତାକୁ ୨ ଲେନ୍‌କୁ ୪ ଲେନ୍‌ କରିବାକୁ ୧୯୬.୧୮ କୋଟି ପ୍ରକଳ୍ପକୁ ଅନୁମୋଦନ । ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ, ୨୦୨୫ର ସଂଶୋଧନକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।

“ଆଇନ ବିଭାଗ”ର ଶ୍ରୀ ଜଗନ୍ନାଥ ମନ୍ଦିର ଜମିର ସ୍ୱଚ୍ଛ ପରିଚାଳନା, ଡିଜିଟାଲ ବ୍ୟବସ୍ଥାପନା ଓ ବନ୍ଦୋବସ୍ତ ପାଇଁ ‘ଶ୍ରୀ ଜଗନ୍ନାଥ ମନ୍ଦିର ଭୂମି ପ୍ରବନ୍ଧନ ନିୟମ, ୨୦୨୬’ ପ୍ରଣୟନ ପାଇଁ କ୍ୟାବିନେଟ୍ ଅନୁମୋଦନ ହୋଇଛି।

‘ପୂର୍ତ୍ତ ବିଭାଗ’ ପକ୍ଷରୁ “ଓଡ଼ିଶା ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ ରାୟଗଡ଼ା ଜିଲ୍ଲା,କୋମତଲପେଟା-ମୁନିଗୁଡ଼ା-ତୁମୁଡିବନ୍ଧ (SH-5) 0/0 ରୁ ୩୦/୦୦୦ କି.ମି. ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢୀକରଣ (୨-ଲେନ୍ ରୁ ୪-ଲେନ୍)” କାର୍ଯ୍ୟ ପାଇଁ କ୍ୟାବିନେଟ୍ ଅନୁମୋଦନ ହୋଇଛି।

ଓଡ଼ିଶା ରାଜ୍ୟ ଯୋଜନା ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାରେ ୬୩୪୦ ମିଟର ଦୈର୍ଘ୍ୟ ପାଇଁ ବିଦ୍ୟମାନ ରାସ୍ତାକୁ ଦୃଢ଼ୀକରଣ କରିବା ସହିତ ୪୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ବିସମକଟକ ବାଇ-ପାସ୍‌ ରୋଡ୍‌କୁ ବାଦ୍ ଦିଆଯାଇ, ଜୋମତଲପେଟା-ମୁନିଗୁଡ଼ା-ତୁମୁଡିବନ୍ଧ ରାସ୍ତା (SH-5) ୩୦/୦୦୦ କିଲୋମିଟରରୁ ୪୫/୬୧୫ କିଲୋମିଟର ପର୍ଯ୍ୟନ୍ତ ଏବଂ ୫୨/୭୭୦ କିଲୋମିଟରରୁ ୬୮/୦୫୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢ଼ୀକରଣ (୨-ଲେନ୍‌ରୁ ୪-ଲେନ୍‌ ବିଶିଷ୍ଟ) କାର୍ଯ୍ୟ ଗ୍ରହଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି ।

ଓଡ଼ିଶା ରାଜ୍ୟ ସରକାର “ଓଡ଼ିଶା ରାଜ୍ୟ ଯୋଜନା ଅନ୍ତର୍ଭୁକ୍ତ ରାୟଗଡ଼ା ଜିଲ୍ଲା, ରାୟଗଡ଼ା-କେରେଜା (MDR-48B) 0/0 ରୁ ୨୫/୧୬୬ କି.ମି. ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢ଼ୀକରଣ (୨-ଲେନ୍ ରୁ ୪-ଲେନ୍)” କାର୍ଯ୍ୟ ଗ୍ରହଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି ।

ଓଡ଼ିଶା ରାଜ୍ୟ ଯୋଜନା ଅନ୍ତର୍ଗତ ରାୟଗଡ଼ା ଜିଲ୍ଲାରେ ୩୯୩୦ ମିଟର ଦୈର୍ଘ୍ୟ ପାଇଁ ବିଦ୍ୟମାନ ରାସ୍ତାକୁ ଦୃଢୀକରଣ କରିବା ସହିତ ୪୨୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ଆମ୍ୱଦୋଳା ବାଇ-ପାସ୍ ରାସ୍ତାକୁ ବାଦ୍ ଦିଆଯାଇ, ଭବାନୀପାଟଣା-ମୁନିଗୁଡ଼ା ରାସ୍ତା (SH-6) ୩୭/୩୪୦ କିଲୋମିଟରରୁ ରୁ ୬୩/୬୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଏବଂ ଦୃଢୀକରଣ (୨ ଲେନ୍ ରୁ ୪- ଲେନ୍ ବିଶିଷ୍ଟ) କାର୍ଯ୍ୟ ଗ୍ରହଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଛି ।

ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି।ବିଦ୍ୟୁତ କ୍ଷେତ୍ର ପାଇଁ ୧୫,୯୪୮.୭୦ କୋଟି ଟଙ୍କାର ନିବେଶକୁ ଅନୁମୋଦନ ମିଳିଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ  ନିର୍ମାଣ ହେବ । ରାଜ୍ୟରେ ୪୦୦ କେଭି ନେଟୱାର୍କ ୫ଟିରୁ ବୃଦ୍ଧି ପାଇ ୧୩ଟି ହେବାକୁ ଥିବା ବେଳେ ୨୨୦ କେଭି ନେଟୱାର୍କ ୪୮ରୁ ୭୫କୁ ବୃଦ୍ଧି କରାଯିବ।  ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର, ଶିଳ୍ପ ବିଭାଗର, ଅର୍ଥ ବିଭାଗର ଗୋଟିଏ ଲେଖାଏଁ , କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୩ଟି, ଜଳ ସମ୍ପଦ ବିଭାଗର ୨ଟି, ପୂର୍ତ୍ତ ବିଭାଗର ୪ଟି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗୋଟିଏ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ, ବିଧି ବିଭାଗର ଗୋଟିଏ , ଶକ୍ତି ବିଭାଗର ଗୋଟିଏ , ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଗୋଟିଏ ଏବଂ ସପ୍ତଦଶ ଓଡ଼ିଶା ବିଧାନସଭା ର ସପ୍ତମ ଅଧିବେଶନ ଆହୁତ ନିମନ୍ତେ ଗୋଟିଏ ( ସଂସଦୀୟ ବ୍ୟାପାର) ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି।

ବିଜୁଳି ଭିତ୍ତିଭୂମିକୁ ଫୋକସ

ବିକଶିତ ଓଡିଶା-୨୦୩୬ ଲକ୍ଷ୍ୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ଶକ୍ତିଶାଳୀ କରାଯିବ। ମଜବୁତ ଓ ସ୍ଥାୟୀ ବିଦ୍ୟୁତ ପାଇଁ ୧,୫୯୪.୭୦ କୋଟି ଟଙ୍କାର ଟ୍ରାନ୍ସମିସନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି।ପ୍ରଥମ ଥର ପାଇଁ ଓଡ଼ିଶାରେ ୭୬୫ କେଭି ନେଟୱାର୍କ ବିକଶିତ କରାଯିବ । ଏହାସହ ଖୁଣ୍ଟୁଣୀ, ଡୁବୁରୀ ଓ କୋଲାବିରାରେ ୩ଟି ନୂଆ ଗ୍ରିଡ୍ ସବଷ୍ଟେସନ ନିର୍ମାଣ ହେବ । ହୀରାକୁଦ ଓ ଇନ୍ଦ୍ରାବତୀରେ ଫ୍ଲୋଟିଂ ସୋଲାର ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ନେଟୱାର୍କ ସହିତ AI ଆଧାରିତ ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯିବ।

ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ

ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନାକୁ ନେଇ ମଧ୍ୟ କ୍ୟାବିନେଟ୍ ବଡ ନିଷ୍ପତ୍ତି ନେଇଛି। ଶ୍ରୀଜଗନ୍ନାଥ ମନ୍ଦିର ଜମି ପାଇଁ ନୂଆ ନିୟମ, ୨୦୨୬ ଲାଗୁ କରିବାକୁ ଅନୁମୋଦନ ମିଳିଛି। ଏହା ସହ ୨୦୦୩ ଓ ୨୦୧୯ର ୟୁନିଫର୍ମ ପଲିସିକୁ ବାତିଲ କରାଯାଇଛି। ନୂଆ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଅନଲାଇନ୍ ପୋର୍ଟାଲ, GIS ମ୍ୟାପିଂ ଏବଂ ଭୂଲେଖ ସହ ସଂଯୋଗ ଭଳି ବ୍ୟବସ୍ଥା ରହିବ। BMV/ALSS ମଧ୍ୟରୁ ଯେଉଁ ହାର ଅଧିକ ହେବ, ସେହି ହାରରେ ସେଟଲମେଣ୍ଟ କରାଯିବ। ଜମି କାରବାରରେ ଜାଲିଆତି ରୋକିବା ପାଇଁ ମଧ୍ୟ କଡ଼ା ପ୍ରାବଧାନ ରହିବ।

ସରକାରୀ ସ୍କୁଲ ପାଇଁ ‘ପଞ୍ଚସଖା ଶିକ୍ଷା ସେତୁ’

ଶିକ୍ଷା କ୍ଷେତ୍ରରେ ମଧ୍ୟ ଆସିଛି ନୂଆ ଯୋଜନା। ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଏହି ଯୋଜନା ଅଧୀନରେ ସରକାରୀ ସ୍କୁଲଗୁଡ଼ିକ ପାଇଁ ଦାନ କରାଗଲେ ସରକାର ତାହାର ଦୁଇଗୁଣା ଅର୍ଥ ମ୍ୟାଚିଂ ଗ୍ରାଣ୍ଟ ଭାବେ ଦେବେ। ଅର୍ଥାତ୍, ଦାତା ୧ ଟଙ୍କା ଦାନ କଲେ ସରକାର ୨ ଟଙ୍କା ଦେବ। ତେବେ ସରକାରୀ ମ୍ୟାଚିଂ ଗ୍ରାଣ୍ଟର ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା ରହିବ। ଏହି ଯୋଜନାରେ ୫ ବର୍ଷରେ ୩୧୨.୯୬ କୋଟି ଟଙ୍କା ଖର୍ଚ୍ଚ ହେବ।

OUSSSC ନିୟମ ୨୦୨୫ ସଂଶୋଧନ ମଞ୍ଜୁର

OUSSSC ନିୟମ, ୨୦୨୫ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ପୋଲିସ, ଜେଲ, ଅବକାରୀ ଓ ଜଙ୍ଗଲ ବିଭାଗର ସମସ୍ତ ଗ୍ରୁପ୍-ସି ପଦବୀ ପାଇଁ ଗୋଟିଏ ପରୀକ୍ଷା କରାଯିବ। ଏହି ପରୀକ୍ଷାର ନାମ Combined Recruitment Examination (CRE) ରଖାଯାଇଛି। ଏହା ଦ୍ୱାରା ବିଭିନ୍ନ ବିଭାଗର ଗ୍ରୁପ୍-ସି ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସମନ୍ୱିତ କରିବା ଲକ୍ଷ୍ୟ ରହିଛି।

MS&ME ବିଭାଗ ନୂଆ ନିୟମ

୩୧ଟି ଜିଲ୍ଲା ଶିଳ୍ପ କେନ୍ଦ୍ର (DICs) ର ମିନିଷ୍ଟେରିଆଲ କ୍ୟାଡର ପୁନର୍ଗଠନ। କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ASO, SO ଙ୍କ ପାଇଁ ନୂଆ ନିଯୁକ୍ତି ଓ ପଦୋନ୍ନତି ନିୟମ – Odisha Ministerial Services Rules, 2026 ଅନୁମୋଦନ କରାଯାଇଛି।

କୃଷି ବିଭାଗ   ଉଦ୍ୟାନ କୃଷି କ୍ୟାଡର ପୁନର୍ଗଠନ

ଓଡିଶା କୃଷି ସେବା କ୍ୟାଡର ପୁନର୍ଗଠନକୁ ସରକାରଙ୍କ ମଞ୍ଜୁରୀ ମିଳିଛି। ପଦୋନ୍ନତି ପଦବୀରେ ବୃଦ୍ଧି କରାଯାଇଛି। ଚାଷୀଙ୍କୁ ତୁରନ୍ତ ସେବା ପାଇଁ ଫିଲ୍ଡ ସ୍ତରରେ ଅଧିକ ଅଫିସର ନିଯୁକ୍ତ ହେବେ। ସେହିପରି ଓଡିଶା ହର୍ଟିକଲଚର ସର୍ଭିସ କ୍ୟାଡର ପୁନର୍ଗଠନକୁ ରାଜ୍ୟ ସରକାରଙ୍କ ଅନୁମୋଦନ।. ମୋଟ ପଦବୀ ୪୦୩ ରୁ ୪୭୦ କୁ ବୃଦ୍ଧି କରାଯାଇଛି। . ଚାଷୀଙ୍କୁ ଉଦ୍ୟାନ କୃଷି ସେବା ଶୀଘ୍ର ପହଞ୍ଚିବ, ଅଫିସରଙ୍କ ପଦୋନ୍ନତି ସୁଯୋଗ ବଢିବ।

ଜଳସମ୍ପଦ ବିଭାଗ ନୂଆ ଯୋଜନା BOITA

ଜଳସମ୍ପଦ ବଭାଗର “Building Odisha’s Irrigation Tourism Amenities (BOITA)” ଯୋଜନା ଅନୁମୋଦନ ମିଳିଛି। ୬୫୦ କୋଟି ଟଙ୍କାର ଯୋଜନା ରହିଛି। ୫ ବର୍ଷ) ଧରି ରାଜ୍ୟ ନିଜ ପାଣ୍ଠିରୁ ଖର୍ଚ୍ଚ କରିବ।ପୁରୁଣା ଜଳସେଚନ କୋଠା ଓ ଐତିହ୍ୟ ପୁନରୁଦ୍ଧାର, କଳିଙ୍ଗ ସାମୁଦ୍ରିକ ପରମ୍ପରା ଓ ପାରମ୍ପରିକ ଜଳ ପରିଚାଳନାକୁ ପ୍ରୋତ୍ସାହନ ସହ ପର୍ଯ୍ୟଟନ ବିକାଶ କରାଯିବ

ଗଭୀର ନଳକୂପ ଜଳସେଚନ ଯୋଜନାରେ ସୋଲାର ଓ ନନ୍-ସୋଲାର ପମ୍ପ ସହ ଗଭୀର ନଳକୂପ ଯୋଜନା ପାଇଁ ୮,୬୫୩.୦୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛ। ୫ ବର୍ଷରେ ୧,୫୦,୦୦୦ ନଳକୂପ ସ୍ଥାପନ କରାଯିବ। ୨୬ ଜିଲ୍ଲା, ୨୫୬ ବ୍ଲକରେ ୭,୫୦,୦୦୦ ହେକ୍ଟର ଜମିରେ ଜଳସେଚନ କରାଯିବ । ବିଶେଷ କରି ପଶ୍ଚିମ ଓଡିଶା, KBK, ପାହାଡିଆ ଓ ହାର୍ଡ ରକ୍ ଅଞ୍ଚଳକୁ ଫୋକସ ଦିଆଯିବ।

ରାୟଗଡା-କେରେଡା ରାସ୍ତା ୪-ଲେନ୍

ରାୟଗଡା-କେରେଡା ରୋଡ୍ ୨-ଲେନ୍ ରୁ ୪-ଲେନ୍ ହେବ। ଫଳରେ ଓଡିଶା-ଆନ୍ଧ୍ର ସଂଯୋଗ ମଜବୁତ ହେବ। ମା’ ମଝିଘରିଆଣୀ ମନ୍ଦିର ଓ ଆଦିବାସୀ ଅଞ୍ଚଳର ବିକାଶ ହେବ।

ବସୁଧା ଯୋଜନା

ବକ୍ସି ଜଗବନ୍ଧୁ ନିଶ୍ଚିତ ପାନୀୟ ଜଳ ଯୋଗାଣ (BASUDHA) ସଂଶୋଧିତ ଯୋଜନାରେ ୫,୦୪୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବାଦ୍ ପଡିଥିବା ଗାଁକୁ ପାଇପ୍ ପାଣି, ଅସମ୍ପୂର୍ଣ୍ ପ୍ରକଳ୍ପ ସମାପ୍ତ କରାଯିବ ।

Leave a Reply

Your email address will not be published. Required fields are marked *