ବିଶ୍ଵାସରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

 ଭୁବନେଶ୍ୱର, ୨୧/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖୋର୍ଦ୍ଧାସ୍ଥିତ ବିଶ୍ଵାସ ସେବିକା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ୟୋଗ ଦିବସ ଅତି ଉତ୍ସାହର ସହିତ ପାଳନ ହୋଇଅଛି । ଛାତ୍ରଛାତ୍ରୀ ମାନଙ୍କର ମାନସିକ ଏବଂ ଶାରିରୀକ ବିକାଶ ନିମନ୍ତେ ବିଶ୍ଵାସ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ପ୍ରଜ୍ଞାନ ରଞ୍ଜନ ଘଡେଇ ଏବଂ ସମ୍ପାଦିକା ଶ୍ରୀମତୀ ନନ୍ଦିନୀ ଘଡେଇ ଙ୍କର ମାର୍ଗଦର୍ଶନରେ ଭାରତୀୟ ୟୋଗ ସାଂସ୍ଥାନ ର ଜଣେ ଜଣାଶୁଣା ଯୋଗ ବିଶେଷଜ୍ଞା ଶ୍ରୀମତୀ ମଞ୍ଜୁଳା ମିଶ୍ରଙ୍କ ଦ୍ଵାରା ବିଭିନ୍ନ ଯୋଗାସନ ମାଧ୍ୟମରେ ଶାରିରୀକ ଏବଂ ମାନସିକ ସୁସ୍ଥତା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ । ଏହି ୟୋଗ ଶିବିରରେ ସମୁଦାୟ ୪୦୦ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ବିଶ୍ୱାସ ସେବୀକା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସତ୍ୟଭାମା ମିଶ୍ର ଙ୍କ ଦ୍ଵାରା କାର୍ୟ୍ୟକ୍ରମଟି ସୁଚାରୁରୂପେ ପରିଚାଳନା ହୋଇଥିଲା ।

Leave a Reply

Your email address will not be published. Required fields are marked *