୧୦ କଲେଜର ବିକାଶ ନେଇ‘ମୋ କଲେଜ’ର୧.୪ କୋଟି ଅନୁମୋଦନ

ଭୁବନେଶ୍ୱର, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)- ‘ମୋକଲେଜ’ ବିଶେଷଜ୍ଞ କମିଟି ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବିତ ପ୍ରକଳ୍ପ ଉପରେ ମୋହର ମାରିଛି । ଏଥିସହ ରାଜ୍ୟର ଦଶ ଗୋଟି ମହାବିଦ୍ୟାଳୟର ବିକାଶନେଇ ରୂପରେଖ ପ୍ରସ୍ତୁତ କରିଛି ।ଏନେଇ ସମୁଦାୟ୧.୪କୋଟି ଟଙ୍କା ଖର୍ଚ୍ଚ ହେବାକୁ ଯୋଜନା ପ୍ରସ୍ତୁତ ହୋଇଥିବାବେଳେ ‘ମୋକଲେଜ’ ପାଣ୍ଠିରୁ ୬୮.୩୭ ଲକ୍ଷଟଙ୍କା ଅନୁମୋଦିତ ହୋଇଛି ।

ରାଜ୍ୟ ସଚିବାଳୟର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ‘ମୋକଲେଜ’ ବିଶେଷଜ୍ଞ କମିଟି ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା ।ଏହି ପରିପ୍ରେକ୍ଷୀରେ ‘ମୋ କଲେଜ’ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ,ଉଚ୍ଚଶିକ୍ଷା ବିଭାଗ କମିଶନର ଏବଂ ସଚିବ ତଥା ‘ମୋ କଲେଜ’ ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ‘ମୋ କଲେଜ’ର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମୀୟ କୁମାର ରାଉତ, ‘ମୋ କଲେଜ’ ବିତ ଅଧିକାରିଣୀ ଶ୍ରୀମତୀ ଅନିତା ସାହୁ ପ୍ରମୁଖ ଉପସ୍ଥିତ ରହି ମିଳିତଭାବେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏଥିସହ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ସମସ୍ତ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି । ତେବେ ରାଜ୍ୟର ସମୁଦାୟ ୧୦ଗୋଟି କଲେଜର ବିଭିନ୍ନ ପ୍ରକଳ୍ପକୁ ଅନୁମତି ଦେଇଛନ୍ତି ।ଏନେଇ ସର୍ବମୋଟ୧ କୋଟି୪ ଲକ୍ଷ ୩୧ ହଜାର ୯୦୪ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ‘ମୋ କଲେଜ’ ପାଣ୍ଠିରୁ ୬୮ଲକ୍ଷ ୩୭ ହଜାର ୯୪୮ ଟଙ୍କା ଅନୁମୋଦନ କରିଛନ୍ତି ।

ମହାବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।ସେଥିମଧ୍ୟରୁ ବାଲେଶ୍ୱର ର ଶ୍ୟାମସୁନ୍ଦର ସଂସ୍କୃତ ମହାବିଦ୍ୟାଳୟର ୭ଗୋଟି ପ୍ରକଳ୍ପ ନିମନ୍ତେ ସମୁଦାୟ୧୩,୬୫,୯୪୨ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ‘ମୋ କଲେଜ’ ପକ୍ଷରୁ ୯,୧୦,୬୨୮ଟଙ୍କାର ଅନୁଦାନ ମିଳିଛି ।ସେହିପରି ଭଦ୍ରକର ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟ, ଯାଜପୁରର ଧର୍ମଶାଳା ମହାବିଦ୍ୟାଳୟ, ମୟୂରଭଞ୍ଜର ଜାମଦା ଆଂଚଳିକ ମହାବିଦ୍ୟାଳୟ, ନୟାଗଡ଼ର ଦଧିବାମନ ସଂସ୍କୃତ ମହାବିଦ୍ୟାଳୟଏବଂ ପୁରୀର ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପ ନେଇ ସମୁଦାୟ ଆକଳିତ ଅଟକଳ ଯଥାକ୍ରମେ ୯ଲକ୍ଷ, ୬ଲକ୍ଷ, ୩ଲକ୍ଷ, ୩ଲକ୍ଷ ୩୬ ହଜାରଏବଂ ୨୧ଲକ୍ଷ ୬୫ ହଜାର ୮୫୨ ଟଙ୍କା ଲେଖାଏଁ ରହିଥିବାବେଳେ ‘ମୋ କଲେଜ’ ପକ୍ଷରୁ ୫ଲକ୍ଷ ୮ଶହ, ୪ ଲକ୍ଷ, ୨ ଲକ୍ଷ, ୨ଲକ୍ଷ ୨୪ ହଜାରଏବଂ ୧୪ଲକ୍ଷ ୪୩ ହଜାର ୯୦୨ ଟଙ୍କା ଲେଖାଏଁ ଅନୁଦାନ ମିଳିଛି । ଅନୁରୂପ ସୋନପୁରର ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ସମ୍ବଲପୁର ର କୁଚିଣ୍ଡା ମହାବିଦ୍ୟାଳୟ, ଜଗତସିଂହପୁର ର ଏସ.ଭି.ଏମ ସ୍ୱୟଂଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା ର ବି.ଆର.ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟରେ ହେବାକୁ ଥିବା ନାନା ପ୍ରକଳ୍ପର ଆକଳିତ ଅଟକଳ ଯଥାକ୍ରମେ ୩ଲକ୍ଷ ୬୩ ହଜାର, ୬ଲକ୍ଷ, ୩୩ଲକ୍ଷ ୭୨ ହଜାର ୪୬୦ଏବଂ୪ ଲକ୍ଷ ୨୮ ହଜାର ୬୫୦ଲେଖାଏଁରହିଥିବାବେଳେ ‘ମୋକଲେଜ’ ପକ୍ଷରୁ  ଯଥାକ୍ରମେ ୨ଲକ୍ଷ ୪୨ ହଜାର, ୪ ଲକ୍ଷ, ୨୨ଲକ୍ଷ ୪୨ ହଜାର ୭୨୪ଏବଂ୨ଲକ୍ଷ ୭୩ ହଜାର ୮୯୪ ଲେଖାଏଁ ଟଙ୍କା ଅନୁମୋଦିତ ହୋଇଛି ।ଏହି ଅର୍ଥରେ ମୁକ୍ତସାଂସ୍କୃତିକ ମଂଚ, କଲେଜ ଫାଟକ, ପ୍ରାଚୀର, ବାଳିକା ସାଧାରଣ ଗୃହ, ଶ୍ରେଣୀ କକ୍ଷ, ବୈଦୁ୍ୟତିକ ଉପକରଣ, ସାଇକେଲ ଓ ବାଇକ ଷ୍ଟାଣ୍ଡ, ନୂତନ ପୁସ୍ତକ କ୍ରୟ, ପରୀକ୍ଷାଗାର ନିର୍ମାଣ, ଭିତିିଭୂମି ବିକାଶ ଆଦି ପ୍ରକଳ୍ପ କାର୍ୟ୍ୟକାରୀ ହେବ । ତେବେ ଆଗାମୀ ଦିନରେ ଅନ୍ୟାନ୍ୟ ମହାବିଦ୍ୟାଳୟର ବିକାଶନେଇ ଅଧିକ ପ୍ରକଳ୍ପ ଓ ଅର୍ଥ ଅନୁମୋଦିତ ହେବବୋଲି ଅଧ୍ୟକ୍ଷ ଶ୍ରୀ ଦାସନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *