କେନ୍ଦ୍ରାପଡ.୨୭/୧୨/୨୦୨୩ (ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଡାକବଙ୍ଗଳା ପରିସରରେ ସ୍ୱାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗରେ ଏକ ସ୍ମୃତିସଭା କେନ୍ଦ୍ରାପଡା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇସ୍ପାତ ଓ ଖଣିଜ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଯୁବନେତା ରାଜେଶ ପଣ୍ଡା, ଡଃ. ବାସୁଦେବ ଦାସ, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ସମିତିର ରାଜ୍ୟ ସମ୍ପାଦକ ବିଜୟ କୁମାର ତ୍ରିପାଠୀ, ଶରତ ଚନ୍ଦ୍ର ପ୍ରଧାନ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ସାମ୍ବାଦିକ ଚିତରଞ୍ଜନ ଦାସ, ସୀତାକାନ୍ତ ନାୟକ, ଆଦିକନ୍ଦ ରାଉଳ, ଅଜୟ ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।