ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ, ୨୮/୧୨/୨୦୨୫(ଓଡ଼ିଶା ସମାଚାର)- କଡା ସୁରକ୍ଷା ବଳୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଓ କୁମାର ଏବଂ ତାଙ୍କ ଧର୍ମପତ୍ନୀ କୋଣାର୍କ ସୂର୍ଯ୍ୟ ମନ୍ଦିର କୋଣାର୍କ ର କଳା ସଂସ୍କୃତି ଓ ଭାସ୍କର୍ଯ୍ୟ ବୁଲି ଦେଖିଥିଲେ । ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ମୁଖ୍ୟ ନିର୍ବାଚନ କମିଶନର ପ୍ରଥମେ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ ।

ମୁଖ୍ୟ ନିର୍ବାଚନ କମିଶନ ଓ ତାଙ୍କ ପତ୍ନୀ ସୂର୍ଯ୍ୟ ମନ୍ଦିରରେ ପହଂଚିବା ପରେ ପ୍ରତ୍ନତତ୍ୱ ବିଭାଗ ତରଫରୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରଯାଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର ର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇପଡ଼ିଥିଲେ । ଓଡ଼ିଶାର କଳା, ସଂସ୍କୃତି ଓ ଭାଷା ଭାରତର ସବୁଠାରୁ ପ୍ରାଚୀନ କଳା ଯାହା କୋଣାର୍କ ତାହାର ପରିଚୟ ହେଇପାରିଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ମିଡ଼ିଆକୁ ମନ୍ତ୍ୟବ ଦେଇଥିଲେ । କୋଣାର୍କର ଐତିହ୍ୟ ବିଷୟରେ ବୁଝିବା ଏବଂ ଜାଣିବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *