କଟକ ମହାନଗର ନିଗମର ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ ଙ୍କ ଦେହାନ୍ତ,ଶୋକର ଛାୟା

କଟକ ସଦର, ୦୪/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ମହାନଗର ନିଗମର ପୂର୍ବତନ ମେୟର, ବରିଷ୍ଠ ବିଜେଡି ନେତା, ଜଣାଶୁଣା ଆଇନଜୀବୀ ସୌମେନ୍ଦ୍ର ଘୋଷ ଓରଫ ପିଣ୍ଟୁ ଦାଦା ଙ୍କର ଗତକାଲି ଗୁରୁବାର ବିଳମ୍ବିତ ରାତିରେ ୬୩ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି। ସିଏ ୯ ରୁ ୧୪ ମସିହା ପର୍ୟ୍ୟନ୍ତ ମେୟର ରହି କଟକ ସହରର ବହୁ ଉନ୍ନତିମୂଳକ କାର୍ୟ୍ୟ କରି ପ୍ରଶଂସିତ ହୋଇଥିଲେ।

ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ କଟକ ସହର ସମେତ ଆଇନଜୀବୀ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କେଏମସି ମେୟର ସୁବାସ ସିଂହ, ଓଜେସି ସଭାପତି ମହମ୍ମଦ ମୋକିମ୍, କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, ଆଡଭୋକେଟ୍ ପ୍ରଶାନ୍ତ ନାୟକ, ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ,ଡ଼ଃ ରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ତାଙ୍କ ସାଆନ୍ତସାହି ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଖାନନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Leave a Reply

Your email address will not be published. Required fields are marked *