ରାଜ୍ୟରୁ ତାମିଲ୍ ଶାସନ ହଟିବା ପରିପ୍ରେକ୍ଷୀରେ ମୁଣ୍ଡନ ହେଲେ ସଂଘର ରାଜ୍ୟ ସଭାପତି
ଭୁବନେଶ୍ୱର, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରୁ ତାମିଲ୍ ଶାସନର ଅବସାନ ହେଲା । ଗାଁସାଥୀଙ୍କ ଭାଗ୍ୟ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇ ରତ୍ନଗର୍ଭା ଓଡ଼ିଶାକୁ ବରବାଦ କରିଥିବା ଭି.କେ. ପାଣ୍ଡିଆନ୍ ଙ୍କର ସବୁ ମନ୍ଦ ଯୋଜନାକୁ ଓଡ଼ିଶାବାସୀ ପଣ୍ଡ କରିଦେଲେ । ଏଭଳି ସମୟରେ ପ୍ରଭୁ ଜଗନ୍ନାଥ ଓ ରାମଲାଲାଙ୍କ ଅପାର କରୁଣା ଓ ରାଜ୍ୟର ଜନତା ଜନାର୍ଦ୍ଧନଙ୍କ ଆଶୀର୍ବାଦରୁ ଓଡ଼ିଶାରେ ହେବାକୁ ଯାଉଥିବା ବିଜେପି ସରକାରକୁ ସଂଘ ତରଫରୁ ନିଆରା ଶୈଳୀର ଭବ୍ୟ ସ୍ୱାଗତ କରାଯାଇଥିଲା । ସକାଳୁ ସଂଘର ରାଜ୍ୟ କମିଟିର ସଭ୍ୟ/ସଭ୍ୟାମାନେ ରାମ ମନ୍ଦିରର ପୂଜାର୍ଚ୍ଚନା କରି ଜନତା ଜନାର୍ଦ୍ଧନ ଓ ନେତୃମଣ୍ଡଳୀଙ୍କୁ ଦିନତମାମ ଭୋଗ ବଂଟନ କରିଥିଲେ । ସମସ୍ତ ନିର୍ବାଚିତ ବିଧାୟିକା/ବିଧାୟକ ଓ ରାଜ୍ୟ ନେତୃତ୍ୱଙ୍କୁ ପୁଷ୍ପ ଦେଇ ସ୍ୱାଗତ ଜଣାଇଥିଲେ । ଏହା ସହିତ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଆତ୍ମଘୋଷିତ କୁଜିନେତା ଭି.କେ. ପାଣ୍ଡିଆନ୍ ଙ୍କ ତାମିଲ୍ ଶାସନ ଓଡ଼ିଶାରୁ ହଟିବା ପରିପ୍ରେକ୍ଷୀରେ ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ପବିତ୍ର ରାମ ମନ୍ଦିର ଆଗରେ ମୁଣ୍ଡନ ହୋଇଥିଲେ । ଆଜିର ସମୁଦାୟ କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱାଳଙ୍କୁ ସହାୟତା କରିଥିବା ସଂଗଠକଗଣ ହେଲେ ଯଥା- ସଂଘର ରାଜ୍ୟ ସମ୍ପାଦକ ବିବେକାନନ୍ଦ ଠାକୁର, ମଙ୍ଗୁଳୁ ରଣା, ପ୍ରତାପ ଦଳାଇ, ଅରୁଣ ବେହେରା, ନୟନା ନାୟକ, ସହଦେବ କୁଶଳିଆ, ଫକୀର ମୋହନ ଭୂମିଡାଙ୍ଗା, ମୁକେଶ ଠାକୁର, ଧର୍ମେନ୍ଦ୍ର ଠାକୁର, ତପସ୍ୱିନୀ ବିଶ୍ୱାଳ, ବିମଳ ନାୟକ, ଅର୍ଜୁନ ମଣ୍ଡଳ, ସାଗର ପଲାଇ ଓ ଅନ୍ୟ ୨୦୦ରୁ ଊଦ୍ଧ୍ୱର୍ ତ୍ୟାଗୀ ଗାଁସାଥୀଗଣ ଉପସ୍ଥିତ ଥିଲେ ।