ନିରାକାରପୁର, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ଆଜି ୧୬ ନମ୍ବର ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ଛକ ନିକଟରେ ଭାରସ୍ୟାମ୍ ହରାଇ ଏକ ପେଟ୍ରୋଲ କଣ୍ଟେନର ଓଲଟି ଚାଳକ ଗୁରୁତର ହୋଇ ଥିବାବେଳେ ରଖାଯାଇଥିବା ଏକ ଅଟୋ ଚୁରମାର ହୋଇଯାଇଛି। ଖବର ପାଇ ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଁଚି ଦୁର୍ଘଟଣା ରେ ଗୁରୁତର ଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତିକରିଥିବା ଜଣାପଡିଛି। ମଧ୍ୟାହ୍ନ ରେ ବାଲୁଗାଁ ରୁ ପେଟ୍ରୋଲ ଖାଲି କରି ଗୋଟିଏ ପେଟ୍ରୋଲ କଣ୍ଟେନର ପାରାଦ୍ୱୀପ ଅଭିମୁଖେ ଯାଉଥିବା ଚାଳକ ଜଣକ କୌଣସି କାରଣରୁ ଗାଡି ଉପରୁ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବଡ଼ପୋଖରିଆ ଛକ ରେ କଣ୍ଟେନର ଟି ରାସ୍ତା କଡ଼ରେ ଥିବା ଆମ୍ବ ଦୋକାନ କୁ ଧକ୍କା ଦେଇଥିଲା।ଫଳରେ ଟ୍ରକ ଚାଳକ ଜଣକ ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ।ରାସ୍ତା କଡ଼କୁ କଣ୍ଟେନର ଟି ଓଲଟି ପଡ଼ିଥିଲା।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତୀ କରିଥିଲା।ଏପଟେ କଣ୍ଟେନର ନଂ ଓଡି ୧୮ ଜେ ୮୧୯୯ ଧକ୍କା ରେ ଆମ୍ବ ଦୋକାନ କଡ଼ରେ ଥିବା ଏକ ଅଟୋ ରିକ୍ସା ନଂ ଓଆର ବି ଏଚ ୩୩୪୬ ଭାଙ୍ଗି ରୁଜି ଚୂରମାର ହୋଇଛି।ପୋଲିସ ଚାଳକ ଙ୍କୁ ଅଟକ ରଖି ତଦନ୍ତ କରୁଛି।
ଭରସ୍ୟାମ ହରାଇ ଓଲଟିଲା ତେଲ ଟ୍ୟାଙ୍କର: ଦୁର୍ଘଟଣାରେ ଅଟୋ ଚୁରମାର
