ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରାଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, ୦୯/୬/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଜିଲା କାର୍ଯ୍ୟାଳୟ ପରିସରରେ ନବନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପହଂଚି ଶିକ୍ଷକ ନେତାମାନଙ୍କ ସହିତ ସୋହାଦ୍ର୍ଧ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ଏହି ଅବସରରେ ଶିକ୍ଷକ ସଂଘ ପକ୍ଷରୁ ବିଧାୟକ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଉପରେ ଶିକ୍ଷକ ନେତାମାନେ ତାଙ୍କ ସହିତ ଆଲୋଚନା କରିଥିଲେ । ଓଷ୍ଟା ଜିଲା ସଭାପତି ପ୍ରମୋଦ କୁମାର ବେହେରା, ଜିଲା ସମ୍ପାଦକ ନିର୍ମଳ କୁମାର ନାୟକ, ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଜିଲା ଉପସଭାନେତ୍ରୀ ଅନ୍ନପୂର୍ଣ୍ଣା ସାହୁ, କାର୍ଯ୍ୟକାରିଣୀ ସଦସ୍ୟା ସରୋଜିନୀ ସ୍ୱାଇଁ, ବ୍ଲକ ସମ୍ପାଦକ ଭଗବାନ ସାହୁ, ବାବାଜୀ ଚରଣ ଦାସ, ଯୁଗ୍ମ ସମ୍ପାଦକ ରାଜକିଶୋର ନାୟକ, ଶିକ୍ଷକ ନେତା ବଟକୃଷ୍ଣ ସାମଲ, ନିରାକାର ସାମଲ, ପ୍ରିୟରଞ୍ଜନ ବିଶ୍ୱାଳ, ସରୋଜକାନ୍ତ ଜେନା, ପ୍ରଧାନ ଶିକ୍ଷିକା ମଧୁଛନ୍ଦା ଶର୍ମା, ମୋନାଲିସା ସିଂହ, ପ୍ରଭାତନଳିନୀ ସାମଲ ପ୍ରମୁଖ ଯୋଗଦେଇ ବିଧାୟକ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । ପବିତ୍ର ବିଧାନସଭାରେ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ସମ୍ବନ୍ଧୀୟ ବିବିଧ ସମସ୍ୟା ଗୁଡିକୁ ଗଠନାତ୍ମକ ଧାରାରେ ଉପସ୍ଥାପନ କରିବା ସହ ତାହାର ସମାଧାନ କରିବାକୁ ପ୍ରୟାସ ଜାରି ରଖିବି ବୋଲି ଶ୍ରୀ ବେହେରା କହିଥିଲେ ।

Leave a Reply

Your email address will not be published. Required fields are marked *