ଉଗ୍ରତାରା ପୀଠରେ ରଜ ଯାତ୍ରା  ଓ  ମହୋତ୍ସବ ପାଇଁ ପୂର୍ବ ପ୍ରସ୍ତୁତି ପ୍ରାୟେ  ଶେଷ 

ନିରାକାରପୁର, ୦୬ /୬/୨୦୨୪ (ଓଡ଼ିଶା ସମାଚାର)- ଆଉ ୭ ଦିନ ପରେ ରଜ ପାଇଁ ମା ଉଗ୍ରତାରା ପୀଠ ଚଳ ଚଞ୍ଚଳ ହେବ । ମା ଙ୍କୁ ଦର୍ଶନ ସହ ମିନା ବଜାରର ବେଶ ମଜା ନେବେ ଶ୍ରଦ୍ଧାଳୁ ।  ଓଡ଼ିଶାର ଗଣ ପର୍ବ ରଜ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ଶୁଭେ । ଖୋର୍ଦ୍ଧା ଜିଲ୍ଲା  ମୁଳିଝର ଗଡ଼ସ୍ଥିତ ପ୍ରତିଷ୍ଠିତ ତନ୍ତ୍ର ପୀଠ ମା ଉଗ୍ରତାରାଙ୍କ ପୀଠରେ ରଜ ମହୋଉତ୍ସବ ମହାଆଡ଼ମ୍ବର ସହକାରେ ଆସନ୍ତା ୧୪ ତାରିଖ ଠାରୁ ଆରମ୍ଭ ହେବ। ଏଥି ପାଇଁ ସବୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଯାଇଛି ।

କେବଳ ଔପଚାରିକତା ଦୃଷ୍ଟିରୁ ସରକାରୀ ସ୍ତରରେ ମନ୍ଦିର ପ୍ରଶାସନ ତରଫରୁ ତହସିଲଦାରଙ୍କ ନେତୃତ୍ୱରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ହେବା ର ରହିଛି।  ଶହ ଶହ ଶ୍ରଦ୍ଧାଳୁ ମା ଙ୍କୁ ଦର୍ଶନ କରିବା ସହିତ ରଜ ପଡିଆରେ ପଡିଥିବା ଦୋକାନରୁ କିଣାକିଣି କରି ମଜା ନେବେ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅଧିନସ୍ଥ ରାଜ ପ୍ରତିଷ୍ଠିତ ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରଙ୍କ ପୀଠରେ ପ୍ରତିବର୍ଷ ଭଳି ରଜ ଯାତ୍ରା ଦୀର୍ଘ ୭ ଦିନ ଧରି   ଅର୍ଥାତ୍ ୧୪ ତାରିଖ ରୁ ୨୧ ତାରିଖ ଅନୁଷ୍ଠିତ ହେଉଥିବାବେଳେ ଉଗ୍ରତାରା ମହୋତ୍ସବ ୧୫ ରୁ  ୧୭ ତାରିଖ ୩ ଧରି ହେବାର ନିଷ୍ପତ୍ତି ହୋଇଥିବା ଉଗ୍ର ତାରା ମନ୍ଦିର ଟ୍ରଷ୍ଟ ବୋର୍ଡ ସୁପରଭାଇଜର  କୁମର ପାତ୍ର ଜଣାଇଛନ୍ତି। ମା’ ଉଗ୍ରତାରା ବି ଏହି ମାନବୀୟ ଲୀଳାକୁ ଗ୍ରହଣ କରି ପାଲିବେ ରଜପର୍ବ। ପହଲି ରଜରେ   ମା’ପ୍ରତ୍ୟୁଷରୁ ହଳଦୀ, ଚୁଆ ଚନ୍ଦନ, ଆଗୁରୁ, କର୍ପୁର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରି ବାର ରଙ୍ଗି ପାଟ ରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ଏଣୁ ରଜ ପର୍ବ ପାଇଁ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଏବେଠାରୁ ଦେଖା ଦେଲାଣି  । ରଜ ପର୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଉଗ୍ରତାରା ପୀଠରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା କରିବେ। ଉଗ୍ରତାରାଙ୍କ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି।  ଏହି ସମୟରେ ଶାନ୍ତିଶୃଙ୍ଖଳାର ସହିତ ଭକ୍ତମାନେ ମା ଉଗ୍ରତାରାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବେ।ମହିଳା ମାନଙ୍କ ଠାରୁ ଆରମ୍ଭ କରି ଟୋକାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ରଜରେ ମଜ୍ଜା ଉଠାଇବେ।   ରଜରେ ଭଳିକି ଭଳି ଦୋକାନ ବଜାର ଆରମ୍ଭ କରି ବିଭିନ୍ନ ଦୋଳି, ଡ୍ରାଗନ ଟ୍ରେନ ଇତ୍ୟାଦି ପଡ଼ିବାର କାର୍ଯ୍ୟକ୍ରମ ଥିବାବେଳେ ଏବେ ଠାରୁ କିଛି କିଛି ପସରା ଦୋକାନ ଆସି ନିଜ ନିଜର ଟେଣ୍ଟ ଲଗାଇବାକୁ ଆରମ୍ଭ କଲେଣି। ସମୁଦାୟ ପ୍ରାୟେ ୨୫୦ ବିଭିନ୍ନ ଦୋକାନ କରିବାକୁ ମନ୍ଦିର ପ୍ରଶାସନ ନିକଟରେ ଆବେଦନ କରିଥିବା ଜଣାପଡିଛି । ଚଳିତ ବର୍ଷ ରଜରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ। ଚଳିତ ବର୍ଷ ରଜ ଯାତ୍ରା ସଂପର୍କରେ ତହସିଲଦାର ମିତାଲୀ ପାତ୍ର ଙ୍କୁ ପଚାରିବାରୁ ସେମାନେ ନିର୍ବାଚନ ରେ ବ୍ୟସ୍ତ ଥିଲେ ଆସନ୍ତା କାଲି ଆଲୋଚନା କରି ପ୍ରସ୍ତୁତି ବୈଠକ ନିକଟରେ କରିବାକୁ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *