ନିରାକାରପୁର, ୩୧/୫/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ଜଙ୍କିଆ ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ସହକାରୀ ଶିକ୍ଷୟତ୍ରୀ ସୁଶାନ୍ତି ବଳବନ୍ତରାୟଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କରୁଣାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଐତିହାସିକ ସତ୍ୟବାଦୀ ବଳିଆରସିଂହ,ମୁଖ୍ୟ ବକ୍ତା ଭାବେ ପୂର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟବାନ ଶ୍ରୀଚନ୍ଦନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ,ଶିକ୍ଷକ ସଂଘର ସଂପାଦକ ଦେବରାଜ ପ୍ରଧାନ,ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ୱାଳ,ଜଙ୍କିଆ ଗ୍ରାମପଂଚାୟତ ସରପଂଚ ପଙ୍କଜିନୀ ବଳବନ୍ତରାୟ,ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ରଞ୍ଜିତା ଶ୍ରୀଚନ୍ଦନ,ଶିକ୍ଷାକମିଟି ଉପଦେଷ୍ଠା ପ୍ରକାଶ ଗୁମାନସିଂହ,ମୋ ସ୍କୁଲ ସଭାପତି ଦାଶରଥି ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ସହକାରୀ ଶିକ୍ଷୟତ୍ରୀ ସୁକାନ୍ତି ବଳବନ୍ତରାୟଙ୍କ କର୍ମମୟ ଜୀବନ ଉପରେ ଆଲୋକ ପାତ କରିଥିଲେ । ଶ୍ରୀମତୀ ବଳବନ୍ତରାୟ ଜଣେ ଅତ୍ୟନ୍ତ ମିଷ୍ଠଭାଷୀ ଛାତ୍ରବତ୍ସଳ ଶିକ୍ଷୟତ୍ରୀ ଥିଲେ । ସେ ସଦା ସର୍ବଦା ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ପ୍ରଦାନ କରିବା ସହ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ସମୟକୁ ସଦାସର୍ବଦା ଧ୍ୟାନ ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗରେ ଯିବାପାଇଁ ପରାମର୍ଶ ପ୍ରଦାନ କରୁଥିଲେ । ଆଜି ତାଙ୍କ ବିଦାୟ ସମ୍ବର୍ଦ୍ଧନା ସଭାରେ ଛାତ୍ରଛାତ୍ରୀ ମାନେ ବକ୍ତବ୍ୟ ପ୍ରଦାନ କରିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ । ଶ୍ରୀମତୀ ବଳବନ୍ତରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଶିକ୍ଷକତା ଜୀବନ ତାଙ୍କ ଜୀବନରେ ପେଷା ନୁହେଁ ମୁଁ ତାଙ୍କୁ ବତ୍ର ଭାବେ ପାଳନ କରିଛି । ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନକୁ ସଦାସର୍ବଦା ଗୁରୁତ୍ୱ ଦେଇ ମୋର କର୍ମମୟ ଜୀବନ ଆରମ୍ଭ କରିଛି ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା,ମୋସ୍କୁଲ ଅଭିଜାନର ସମସ୍ତ ସଭ୍ୟସଭ୍ୟାପ୍ରଥମିକ ବିଦ୍ୟାଳୟର ଶିକ୍ଷକ ସଂଘର ନେତା ଅଗାଧୁ ସେଠୀ,ମୃତୁ୍ୟଞ୍ଜ ମହାପାତ୍ର ଅଭିଭାବକ ଉପସ୍ଥିତ ଥିଲେ ।
ସରକାରୀ ଶିକ୍ଷୟତ୍ରୀଙ୍କ ବିଦାୟ କାଳିନ ସଂବର୍ଦ୍ଧନା ସଭା ।
