ଉମାକାନ୍ତ ପଟ୍ଟନାୟକ ଉତ୍କଳ ପୋର୍ଟ ଆଣ୍ଡ ଡକ ଓ ପାରାଦୀପ ପୋର୍ଟ ଆଣ୍ଡ ଡକ ଲେବର ୟୁନିୟନ ର ନୂତନ ସଭାପତି

ପାରାଦ୍ୱୀପ /ଭୁବନେଶ୍ୱର,୧୬/୦୯/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପାରାଦ୍ୱୀପ ବନ୍ଦରର ପୁରାତନ ଶ୍ରମିକ ସଂଗଠନ ଉତ୍କଳ ପୋର୍ଟ ଆଣ୍ଡ ତକ୍ ୱାର୍କର୍ସ ୟୁନିୟନ ଓ ପାରାଦୀପ ପୋର୍ଟ ଆଣ୍ଡ ଡ଼କ୍ ଲେବର ୟୁନିୟନର ସଭାପତି ପୂର୍ବତନ ସାଂସଦ ଓ ସର୍ବଭାରତୀୟ ଶ୍ରମିକ ନେତା ସର୍ଗତଃ ପ୍ରଭାତ ସାମନ୍ତରାୟଙ୍କ ଦେହାନ୍ତ ପରେ ନୂତନ କର୍ମକର୍ତା ଚୟନ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ଯୁବ ସଭାପତି ତଥା ବର୍ତମାନର ବିଜେପି ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉପରୋକ୍ତ ଦୁଇଗୋଟି ଶ୍ରମିକ ସଂଗଠନର ସାଧାରଣ ସଂପାଦକ ଭାବେ ବିଭୁଧେନ୍ଦ୍ର ନାରାୟଣ ମହାରଣା ଓ ସାର୍ଥକ ସାମନ୍ତରାୟ କାର୍ଯ୍ୟ କରିବେ ।

ସର୍ବସମ୍ମତ କ୍ରମେ ସର୍ବଶ୍ରୀ ବସନ୍ତ ନାୟକ, ଆଇନଜୀବୀ ସଂଜତ ଦାସ, ବନ୍ଦର କର୍ମଚାରୀ ଅଶୋକ କୁମାର ସାମଲ, ଧୁନଚନ୍ଦ୍ର ତରାଇ ଙ୍କୁ ଉପ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଉପ ସାଧାରଣ ସଂପାଦକ ଭାବେ ବନ୍ଦର କର୍ମଚାରୀ ରତ୍ନାକର ସାହୁ, ସହ ସାଧାରଣ ସଂପାଦକ ଭାବେ ସର୍ବଶ୍ରୀ ଗିରିଶ ଚନ୍ଦ୍ର ସେଠୀ, ପ୍ରସନ୍ନ କୁମାର ନାଥ, ମନୋରଂଜନ ସାଇଁ, ରଶ୍ମୀ ରଂଜନ ବେଉରା ଏବଂ ସଂଗଠନ ସଂପାଦକ ଭାବେ ପାରିଷଦ ପ୍ରତାପ ଚନ୍ଦ୍ର ନାୟକ,

ପାରାଦୀପ ବିଜେପି ପୂର୍ବତନ ସଭାପତି ବିଭୁ ପ୍ରସାଦ ନାୟକ, ସାମାଜିକ କର୍ମି ବିଧାନ ଚନ୍ଦ୍ର ପରିଡା, ବନ୍ଦର କର୍ମଚାରୀ ରଶ୍ମୀ ରଂଜନ ବାରିକ, ଲକ୍ଷ୍ମଣ ବେହେରା, ମେଘାନନ୍ଦ ସାମଲ, ବିଜୟ କୁମାର ନାୟକ, ଇଂ. ହିଂମାଶୁ ଶେଖର ବେହେରା, ଚିତ ରଂଜନ ବେହେରା, ସୁବାସ ସାଇଁ, ଚନ୍ଦନ କୁମାର ମହାନ୍ତି, ଭୀମସେନ ରାଉତ ଏବଂ ବିଭାଗୀୟ ସଂପାଦକ ଭାବେ ବନ୍ଦର କର୍ମଚାରୀ ସର୍ବଶ୍ରୀ ସମୀର ମହାପାତ୍ର, ମନୋଜ ମାଲିଆ, ଜିତେନ୍ଦ୍ର କୁମାର ବେହେରା, ସ୍ମୃତି ରଂଜନ ତ୍ରିପାଠୀ, ଯତିନ୍ କୁମାର ବେହେରା, ରଂଜିତ ବୋମାଲି, ଦୁଃଶାସନ ସାଇଁ, ପ୍ରଶାନ୍ତ ପ୍ରଧାନ, ଶ୍ରୀକାନ୍ତ ବେହେରା, ହୃଦାନନ୍ଦ ସାଇଁ, ସ୍ମୃତି ରଂଜନ ଦାସ, କୁମାରୀ ସୁମିତ୍ରା ପରିଡା, କମଳାକାନ୍ତ ପଣ୍ଡା ଓ ଶଶୀକାନ୍ତ ନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି ।

ପ୍ରକାଶ ଥାଉକି ଉପରୋକ୍ତ ଦୁଇଗୋଟି ୟୁନିଅନର ସଭାପତି ଭାବେ ବରିଷ୍ଠ ରାଜନୈତିକ ତଥା ଶ୍ରମିକ ନେତା ସର୍ଗତଃ ପ୍ରଭାତ ସାମନ୍ତରାୟ, ଡାକ୍ତର ଦାମୋଦର ରାଉତ, ଡଃ ସୁରେନ୍ଦ୍ର ମହାନ୍ତି, ଓଡିଶାର ପୂର୍ବତନ ବାଚସ୍ପତି ଶରତ କର ଓ ସର୍ଗତଃ ବିଭୁତି ରଂଜନ ପଣ୍ଡା ପ୍ରମୁଖ ବନ୍ଦର କର୍ମଚାରୀ ଓ ଡକ୍ ଶ୍ରମିକ ମାନଙ୍କ ସହିତ ସୁଖ-ଦୁଃଖରେ ରହି ସେମାନଙ୍କ ସୁଖ-ସୁବିଧା ଦେବାରେ ପ୍ରତିବଦ୍ଧତା ପରିପ୍ରକାଶ କରି ଆସିଥିଲେ । ଉମାକାନ୍ତ ପଟ୍ଟନାୟକ ଉପରୋକ୍ତ ଦୁଇଗୋଟି ଶ୍ରମିକ ସଂଗଠନର ଦାୟିତ୍ୱ ନେଇଥିବାରୁ ସମସ୍ତ କର୍ମକର୍ତା ଓ ସଭ୍ୟ/ ସଭ୍ୟାମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *