ରେଲବୋର୍ଡ ଗଠନ କଲା ପରାମର୍ଶଦାତା କମିଟି

ଜୁନାଗଡ଼,୦୫/୦୩/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ )-ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ଏକ ପରାମର୍ଶଦାତା କମିଟି ଗଠନ କରିଛି । ପୂର୍ବତଟ ରେଳପଥ ଚିଠି ନଂ ଡିସିଏମ/ଏସବିପି/ଏସସିସି/୦୧/ ଡିଭିଜନ/୨୦୨୪-୨୫ରେ ପୁର୍ବତଟ ରେଳପଥ ସମ୍ବଲପୁର ଡିବିଜିନର ବାଣିଜ୍ୟ ବିଭାଗ ପରିଚାଳନା ନିର୍ଦ୍ଦେଶକ ପ୍ରବୀଣ କୁମାର ଜୁନାଗଡ଼ ରୋଡ଼ ରେଳ ଷ୍ଟେସନ ମାଷ୍ଟରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଏହି କମିଟିରେ ବିଭିନ୍ନ ବର୍ଗରୁ ୫ ଜଣ ଲୋକଙ୍କୁ ରଖିଥିବା ଜଣାପଡିଛି । ଏଥିରେ ବଣିକ ସଙ୍ଘରୁ ପ୍ରଭାତ ଦାଶ, ଶିଳ୍ପ କ୍ଷେତ୍ରରୁ ବିଶ୍ୱରଞ୍ଜନ ପଣ୍ଡା,ଶିକ୍ଷା କ୍ଷେତ୍ରରୁ ହିମାଂଶୁ ଶେଖର ବରାଡ଼, ରାଜନୀତି କ୍ଷେତ୍ରରୁ ଜୁନାଗଡ଼ ଏନଏସି ନଗରପାଳ ମୁକେଶ ଅଗ୍ରୱାଲ, ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ପଣ୍ଡା ସମେତ ୫ ଜଣଙ୍କୁ ଏହି କମିଟିରେ ସ୍ଥାନ ଦିଆଯାଇଛି । ଏହି କମିଟି ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ପୂର୍ବତଟ ରେଳବାଇ ପକ୍ଷରୁ କମିଟି ଗଠନ କରିଥିବାରୁ ବିଭିନ୍ନ ରେଳ ସମ୍ବନ୍ଧୀୟ ଅସୁବିଧା ର ସମାଧାନ କମିଟି ମାଧ୍ୟମରେ ହୋଇପରିବ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *